fbpx

ଅଭିଷେକ-ଐଶ୍ୱର୍ଯ୍ୟଙ୍କ ଘରକଳି ଦାଣ୍ଡରେ ପଡ଼ି ହାଟରେ ଗଡିଲା: ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ସବୁଛି ଚର୍ଚ୍ଚା

ଓଡିଶା ଭାସ୍କର: ଅଭିଷେକ ଓ ଅଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ସବୁଠି ଚର୍ଚ୍ଚା । ଏହି ଦୁହେଁ ବର୍ତ୍ତମାନ ଆଉ ଆଗଭଳି କୌଣସି ପାର୍ଟି, ଫଙ୍କସନରେ ଏକାଠି ଦେଖାଯାଉନାହାଁନ୍ତି । ଦୁହିଁଙ୍କ ଏହି ବ୍ୟକ୍ତିଗତ ମାମଲା ସବୁଠୁ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଫଳରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲୁ ନାହିଁ।

ଏହାରି ମଧ୍ୟରେ ଏକ ଭାଇରାଲ ଭିଡିଓ ସମସ୍ତଙ୍କୁ ଚକିତ କରିଛି। ସେହି ଭିଡିଓରେ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ବିଶ୍ୱ ସୁନ୍ଦରୀ ଅଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କଠାରୁ ଛାଡପତ୍ର ନେବା କଥା କହୁଛନ୍ତି । ଏହି ଭିଡିଓ ଦେଖିଲା ମାତ୍ରେ ଜଣାପଡୁଛି ଯେ, ଏଆଇ ଦ୍ୱାରା ଏହି ଭିଡିଓକୁ ନାଟକୀୟ ଢଙ୍ଗରେ ପ୍ରସ୍ତୁତ କରାଯାଇଉଛି ।

କାରଣ ଏଥରୁ ସ୍ପଷ୍ଟ ଜଣାପଡୁଛି ଯେ ଅଭିଷେକଙ୍କ କଣ୍ଠ ସ୍ୱର ସହିତ ଏହି ଭଏସ୍ ମ୍ୟାଚ କରୁନି । ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକମାନେ ଏପରି ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ସମାଲୋଚନା କରୁଛନ୍ତି। କେତେକ ୟୁଜର୍ସ ଏପରି ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।

Get real time updates directly on you device, subscribe now.