ରୋହିତଙ୍କ ରେକର୍ଡକୁ ପଛରେ ପକାଇଲେ ଅଭିଷେକ, ଶୁଭେଚ୍ଛା ଜଣାଇ ତାଳି ମାରିଲେ ଦର୍ଶକ…
ଭାରତୀୟଙ୍କ ରେକର୍ଡ ବର୍ଷା, ଶେଷ ମ୍ୟାଚରେ ବି ଧୋଇଦେଲେ...
ଦୁବାଇ: ଏସିଆ କପ ୨୦୨୫ର ଶେଷ ସୁପର ୪ ମୁକାବିଲା, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇସାରିଛି।ଏବେ ମଇଦାନରେ ଚାଲିଛି କଡା ଟକ୍କର। ଆଉ ଏହି ମ୍ୟାଚରେ ମଧ୍ୟ ରେକର୍ଡ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଯୁବ ଖେଳାଳି ଅଭିଷେକ ଶର୍ମା।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସୁପର-୪ର ଅନ୍ତିମ ମ୍ୟାଚ ଚାଲିଛି। ଯଦିଓ ଭାରତ ଓ ପାକ ମଧ୍ୟରେ ଆସନ୍ତା ରବିବାର ଦିନ ଫାଇନାଲ ମ୍ୟାଚ ଖେଳାଯିବ। ଏନେଇ ସମୟ ସ୍ଥିର ସରିଛି, ମାତ୍ର ଏହି ମ୍ୟାଚରେ ମଧ୍ୟ ଭାରତ ବିଜୟ ହାସଲ କରି ନିଜ ବିଜୟ ଧାରା ଜାରି ରଖିବା ପାଇଁ ପ୍ରୟାସ କରିବ। ଅନ୍ୟପଟେ ଶ୍ରୀଲଙ୍କା ମଧ୍ୟ ଭାରତକୁ କଡା ଟକ୍କର ଦେବାକୁ ପ୍ରୟାସ କରୁଛି ।
ଏହି ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିଅମରେ ଖେଳାଯାଉଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତି ନେଇଛି। ଭାରତ ତରଫରୁ ଓପନିଙ୍ଗ କରିବା ପାଇଁ ଶୁଭମନ ଗିଲଙ୍କ ସହ ଅଭିଷେକ ଶର୍ମା ମଇଦାନକୁ ଓହ୍ଲାଇଥିଲେ।
ମାତ୍ର ୩ଟି ବଲ ଖେଳି ଗୋଟିଏ ଚଉକା ମାରି ଶୁଭମନ ଗିଲ ଆଉଟ ହୋଇଯାଇଥିଲେ ମଧ୍ୟ ଅଭିଷେକ ଶର୍ମା ଖେଳ ଜାରିରଖିଥିଲେ। ଯୁବ କ୍ରିକେଟର ଅଭିଷେକ ଶର୍ମା ୨୦୬ ଷ୍ଟ୍ରାଇକ ରେଟ ସହ ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ୬୧ ରନ କରି ପାଭିଲିୟମ ଫେରିଥିଲେ ଅଭିଷେକ।
ଏସିଆ କପରେ ୧୭ଟି ଛକା: ଅଭିଷେକ ୨୦୨୫ ଏସିଆ କପରେ ୧୭ ଟି ଛକା ମାରିଛନ୍ତି, ଏହାସହ ସେ ୨ ଭାରତୀୟଙ୍କ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି। ବର୍ଷକ ମଧ୍ୟରେ ଟି-୨୦ ବିଶ୍ୱକପରେ ସବାର୍ଧିକ ଛକା ମାରିବାରେ ଅଭିଷେକ ପ୍ରଥମରେ ରହିଛନ୍ତି।
ପୂର୍ବରୁ, ଏହି ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା, ସେ ୨୦୨୪ ଟି୨୦ ବିଶ୍ୱକପରେ ୧୫ଟି ଛକା ମାରିଥିଲେ। ଏହି ସମୟରେ, ଅଭିଷେକଙ୍କ ମାର୍ଗଦର୍ଶକ ଯୁବରାଜ ସିଂହ ୨୦୦୭ ଟି୨୦ ବିଶ୍ୱକପରେ ୧୨ଟି ଛକା ମାରିଥିଲେ। ଅଭିଷେକ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ପଛରେ ପକାଇଛନ୍ତି।