ପୁଣି ଚମକିଲେ ଅଭିଷେକ ଶର୍ମା, ଆଉ ସବୁ ଫ୍ଲପ୍, ବାଂଲାଦେଶ ସାମ୍ନାରେ ୧୬୯ ରନର ଟାର୍ଗେଟ୍
ଚମକିଲେ ଅଭିଶେକ ଆଉ ସବୁ ଫ୍ଲପ୍।
ଓଡିଶାଭାସ୍କର: ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୬୮ ରନ କରିଛି। ବାଂଲାଦେଶ ଏବେ ୧୬୯ ରନର ପିଛା କରି ମଇଦାନକୁ ଓହ୍ଲାଇଛି।
ଯଦି ଦେଖିବା ଆଜିର ମ୍ୟାଚରେ ଭାରତୀୟ ଓପନର୍ ଅଭିଷେକ ଶର୍ମା ସବୁଠାରୁ ବଡ଼ ଇନିଂସ ଖେଳିଛନ୍ତି। ସେ ମାତ୍ର ୩୭ ବଲରୁ ସର୍ବାଧିକ ୭୫ ରନ କରିବାରେ ସଫଳ ହୋଇଛନ୍ତି।
ଏଥିରେ ପାଞ୍ଚଟି ଛକା ଏବଂ ଛଅଟି ଚୌକା ସାମିଲ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ୨୯ ବଲରୁ ୩୫ ରନର ଦ୍ରୁତ ଇନିଂସ ଖେଳିଛନ୍ତି। ଏଥିରେ ଚାରିଟି ଚୌକା ଏବଂ ଗୋଟିଏ ଛକା ଅନ୍ତର୍ଭୁକ୍ତ ଅଛି।
ଶୁଭମନ ଗିଲ ମଧ୍ୟ ୧୯ ବଲରୁ ୨୯ ରନ କରିଥିଲେ। ହେଲେ ଭାରତୀୟ ଦଳର ଅନ୍ୟକେହି ପ୍ଲେୟର ସେପରି କିଛି ଆଖିଦୃଶିଆ ରନ୍ କରିପାରିନାହନ୍ତି।
ସେ ଯାହା ହେଉନା କାହିଁକି ୨୦ ଓଭର ସୁଦ୍ଧା ଭାରତୀୟ ଦଳ ୧୬୮ ରନର ପାରି ଖେଳିଛି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଆଉ ଆଜି ଯେଉଁ ଦଳ ମ୍ୟାଚ୍ ଜିତିବ ସେ ଫାଇନାଲରେ ପ୍ରାୟ ସ୍ଥାନ ସୁରକ୍ଷିତ କରିବ।