ଦାନା ସମୟରେ ରାଜ୍ୟରେ ପ୍ରାୟ ୧୬୦୦ ନବଜାତ ଶିଶୁଙ୍କ ଜନ୍ମ, ସମସ୍ତେ ସୁସ୍ଥ : ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର : ବାତ୍ୟା ‘ଦାନା’ର ପ୍ରଭାବରେ ହେଉଛି ପ୍ରବଳ ବର୍ଷା । ଅନ୍ୟପଟେ ବାତ୍ୟା ସମୟରେ ରାଜ୍ୟରେ ଜନ୍ମନେଇଛନ୍ତି ୧୬୦୦ ନବଜାତ ଶିଶୁ। ସମସ୍ତ ନବଜାତକ ଓ ମା ମାନେ ସୁସ୍ଥ ଥିବା ଜଣାପଡିଛି। ଏସଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସମସ୍ତ ନବଜାତକ ଓ ମା ମାନେ ସୁସ୍ଥ ଥିବା ଜଣାପଡିଛି। ଏସଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାତ୍ୟା ପୂର୍ବରୁ ଗର୍ଭବତୀ ଓ ପ୍ରସୂତୀ ମାନଙ୍କୁ ମେଡ଼ିକାଲକୁ ଅଣାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାତ୍ୟା ସମୟରେ ପିଲା ଭଲରେ ଭଲରେ ଜନ୍ମ ହୋଇଥିବାରୁ ବେଶ ଖୁସି ଅଛନ୍ତି ପରିବାର ଲୋକେ। ଏନେଇ ସରକାରଙ୍କୁ ବିଭିନ୍ନ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି।