fbpx

ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା

କେନ୍ଦୁଝର :ଏବିଭିପି କେନ୍ଦୁଝର ନଗର ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ PDP ବା ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୂତନ ଭାବେ ମହାବିଦ୍ୟାଳୟ କୁ ପ୍ରବେଶ କରିଥିବା ବିଦ୍ୟାର୍ଥୀଙ୍କୁ ଅନେକ ପ୍ରକାର ମୌଳିକ ଶିକ୍ଷା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବହୁ ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ଯୋଗ ଦେବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ର ବିଦ୍ୟାର୍ଥୀ ମାନେ ମଧ୍ୟ ଯୋଗଦେଇ ଅନେକ ବିଷୟରେ ଜାଣିବାକୁ ପାଇଥିଲେ। ପ୍ରଥମ ସତ୍ର ରେ ହରିଚନ୍ଦନପୁର ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ସତ୍ୟପ୍ରିୟ ଦାଶ ମହୋଦୟ ବିଦ୍ୟାର୍ଥୀ ମାନଙ୍କୁ କ୍ୟାରିଅର କାଉଁସେଲିଙ୍ଗ ଉପରେ ବିଷୟ ରଖିଥିଲେ ଦ୍ୱିତୀୟ ସତ୍ର ରେ ଡ଼ିଡ଼ି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ  ସୁଜିତ କୁମାର ସାହୁ ଯୋଗ ଦେଇ ସମୟ ପରିଚାଳନା ଓ ସାମାଜିକ ଗଣମାଧ୍ୟମ ଉପରେ ବିଷୟରେ ରଖିଥିଲେ।

ସେହିପରି ସେହିପରି 3ୟ ସତ୍ର ରେ ତୁରୁମୁଙ୍ଗା ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରସନ କୁମାର ପତି ସାର ଯୋଗ ଦେଇ ଭାରତୀୟ ସଂସ୍କାର ର ମୂଲ୍ୟବୋଧ ଉପରେ ବିଷୟ ରଖିଥିଲେ ଶେଷରେ ଏବିଭିପିର ମୟୁରଭଞ୍ଜ ବିଭାଗ ସହ ପ୍ରମୁଖ ସତ୍ୟପ୍ରିୟ ଦାଶ ଓ ନଗର ସଂଗଠନ ସମ୍ପାଦକ ସମ୍ବିତ ରାଉତ ଧନ୍ୟବାଦ ଅର୍ପଣ କରିବା ସହ ଆଗକୁ ବିଦ୍ୟାର୍ଥୀ ମାନେ ସଂଗଠନ ସହ ଯୋଡି ହୋଇ ବିଭିନ୍ନ ସାମାଜିକ ଓ ରଚନାତ୍ମକ କାର୍ଯ୍ୟକ୍ରମ ରେ ଭଗନେବା ପାଇଁ ଆୱାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ନଗର ସହ ସମ୍ପାଦକ ଜ୍ୟୋତି ନାଥ, ଡ଼ିଡ଼ି ମହାବିଦ୍ୟାଳୟ ର ଛାତ୍ରୀ ନେତ୍ରୀ ଶ୍ୱେତପଦ୍ମା ପଟନାୟକ ଓ ନଗର କାର୍ଯ୍ୟକାରିଣୀ ସଦସ୍ୟ ସୋମ୍ୟ ରଞ୍ଜନ ସ୍ୱାଇଁ ଓ ଦିବ୍ୟଲୋଚନ ରଣା ଉପସ୍ଥିତ ଥିଲେ।

Get real time updates directly on you device, subscribe now.