fbpx

ପ୍ରକାଶ ପାଇଲା ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍‌ର ନୂଆ ତାଲିକା, ଭାରତରୁ ମନୋନୀତ ହେଲେ ଜୁନିୟର NTR

Advertisement

ଓଡ଼ିଶା ଭାସ୍କର: ଜୁନିୟର ଏନଟିଆରଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍ ପକ୍ଷରୁ ପ୍ରକାଶ ପାଇଛି ‘ଆକ୍ଟର ବ୍ରାଞ୍ଚ୍’ର ଏକ ନୂଆ ତାଲିକା , ଯେଉଁଥିରେ ରହିଛି ଭାରତର ତେଲୁଗୁ ଅଭିନେତା ଜୁନିୟର ଏନ୍ଟିଆରଙ୍କ ନାମ। ଓସ୍କାରରେ ଫିଲ୍ମ ଆରଆରଆରର ସଫଳତା ପରେ ଅନ୍ତର୍ଜାତୀୟ ମଞ୍ଚରେ ଜୁନିୟର ଏନଟିଆରଙ୍କ ଏହା ଦ୍ୱିତୀୟ ବଡ଼ ସଫଳତା। ଓସ୍କାର,ର ଅଫିସିଆଲ୍ ପେଜ୍ ଅନୁଯାୟୀ ବୋର୍ଡ ଅଫ୍ ଗଭର୍ଣ୍ଣର୍ସଙ୍କ ନିମନ୍ତ୍ରଣକ୍ରମେ ‘ଆକ୍ଟର୍ସ ବ୍ରାଞ୍ଚ୍’ର ସଦସ୍ୟମାନେ ନିର୍ବାଚିତ ହୁଅନ୍ତି।

ଏକାଡେମୀ ଗୁରୁବାର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନୂଆ ସଦସ୍ୟଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଜୁନିୟର ଏନଟିଆରଙ୍କ ସହ ଓସ୍କାର ବିଜେତା କେ ହୁଏ କ୍ୱାନ୍, ମାର୍ଶା ଷ୍ଟେଫନି ବ୍ଲେକ୍, କେରି କଣ୍ଡନ ଏବଂ ରୋଜା ସାଲାଜର ରହିଛନ୍ତି। ‘ଆକ୍ଟରସ୍ ବ୍ରାଞ୍ଚ’ର ସଦସ୍ୟ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ବିଷୟରେ କହିବାକୁ ଗଲେ ଏହାର ସଦସ୍ୟମାନେ ମୋସନ୍ ପିକ୍ଚର କଳା ଓ ବିଜ୍ଞାନରେ ବିଶେଷ ଅବଦାନ ଦେବା କିମ୍ବା ଏଥିରେ ବିଶେଷ ପାରଦର୍ଶିତା ରଖିବା ଜରୁରୀ।

ଏହାକୁ ନେଇ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ଲେଖିଛନ୍ତି- ‘ଆପଣ ଜୁନିୟର ଏନଟିଆରଙ୍କୁ ଏହି ତାଲିକାରେ ସାମିଲ କରିଥିବାରୁ ଖୁସି । ୯୫ତମ ଓସ୍କାର ସମାରୋହରେ ପ୍ରଥମ ଥର ପାଇଁ ଭାରତକୁ ଦୁଇଟି ପୁରସ୍କାର ମିଳିଥିଲା, ପ୍ରଥମ ପୁରସ୍କାର ଥିଲା ଫିଲ୍ମ ଆରଆରଆରର ଗୀତ ‘ନାଟୁ-ନାଟୁ’ ପାଇଁ ଶ୍ରେଷ୍ଠ ମୌଳିକ ଗୀତ ପାଇଁ । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ପାଇଁ ଦ ଏଲିଫଣ୍ଟ ୱିସ୍ପର୍ସକୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

 

 

 

Get real time updates directly on you device, subscribe now.