fbpx

ଭୁବନେଶ୍ୱର ନାଲକୋ ଛକରେ ଦୁର୍ଘଟଣା; ମହିଳା ମୃତ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ଫଳରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହେଉଛନ୍ତି । ତେବେ ଏହି ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହା ଥମିବାର ନାଁ ନେଉନାହିଁ । ତେବେ ପୂର୍ବରୁ ଏହିପରି ଅନେକ ସଡକ ଦୁର୍ଘଟଣା ହୋଇଥିବା ବଳେ ବର୍ତ୍ତମାନ ପୁଣି ଏକ ମାମଲା ସାମ୍ନାକୁ ଆସିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ନାଲକୋ ଛକରେ ଏକ ସଡକ ଦୁର୍ଘଟଣା ହୋଇଛି । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଜି ଅଙ୍ଗନୱାଡିକର୍ମୀଙ୍କ ରାଲି ଚାଲିଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜାମ୍ ହୋଇଥିଲା । ଫଳରେ ଗାଡି ଯାତାୟତରେ ଅସୁବିଧା ହେବା ସହ ଟ୍ରାଫିକ୍ ମଧ୍ୟ ଜାମ୍ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମୟରେ ନାଲକୋ ଛକରେ ଏକ ବସ୍ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଜଣଙ୍କ ମୃତ୍ୟୁ ହୋଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁବରଣ କରିଥିବା ମହିଳା ଜଣଙ୍କ ପରିଚୟ ମିଲିପାରି ନଥିବା ବେଳେ ସେ କେଉଁଠାକୁ ଯାଉଥିଲେ ତାହା ମଧ୍ୟ ଜଣାପଡି ନାହିଁ । ଦୁର୍ଘଟଣା ପରେ ନାଲକୋଛକରେ ଟ୍ରାଫିକ ଜାମ୍ ହୋଇଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରାଫିକ କ୍ଲିୟର କରିବାକୁ ପ୍ରୟାସ କରୁଥିବା ଜଣା ପଡିଛି ।

Get real time updates directly on you device, subscribe now.