fbpx

ସାଇକେଲ୍‌ ଆରୋହୀଙ୍କୁ ଧକ୍କା ଦେଇ ଫଶିଲେ ନିଶା ବେପାରୀ, ଘଟଣାସ୍ଥଳରୁ ମିଳିଲା ଗଞ୍ଜେଇ ଓ ବ୍ରାଉନ୍‌ ସୁଗର

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): ସାଇକେଲ ଆରୋହୀକୁ ଧକ୍କା ଦେଇ ଧରାପଡିଲା ନିଶା ବେପାରୀ। ଘଟଣାସ୍ଥଳରୁ ମିଳିଲା ବ୍ରାଉନ୍‌ସୁଗାର ଓ ଗଞ୍ଜେଇ। ଦୁର୍ଘଟଣାରେ ଆହତ ହୋଇଥିବା ସାଇକେଲ ଆରୋହୀଙ୍କୁ ଉଦ୍ଧାର କରାଯାଇଛି ପ୍ରଥମେ ଅଡ଼ସପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ତେବେ ପୋସ୍ତଳ ପଞ୍ଚାୟତ ରହମ୍ବା ଗ୍ରାମରେ ପ୍ରତ୍ୟେକ ଦିନ ଗଞ୍ଜେଇ, ବ୍ରାଉନ୍‌ସୁଗର, ମଦ ବିକ୍ରି ହେଉଥିବା ନେଇ ଦୁଇ ଶହରୁ ଉଦ୍ଧ୍ୱର୍ ଲୋକ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏପରିକି ରହମ୍ବା ଗ୍ରାମରେ ପୋଲିସ୍‌ ପେଟ୍ରାଲିଂ ମଧ୍ୟ କରୁନଥିଲା ସାଧାରଣରେ ଅଭିଯୋଗ ହେଇଛି। ପୂର୍ବରୁ ପତ୍ରକଣା ଗ୍ରାମର ମାଧ ନାମକ ଜଣେ ଯୁବକ ନିଶା କାରବାର ବିକ୍ରି ଅଭିଯୋଗରେ ନିଆଳି ଥାନା ପୋଲିସ୍‌ ଉକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେ ପୂନର୍ବାର ଜାମିନ୍‌ରେ ଆଶି ନିଶା ବିକ୍ରି କରୁଥିବା ଜଣାପଡ଼ିଛି । ରହମ୍ବା ଗ୍ରାମର ସୁକାନ୍ତି ଦାସ ଓ ସୁମନ୍ତ ଦାସଙ୍କୁ ପ୍ରତ୍ୟେକ ଦିନ ନିଶା ଜିନିଷ ବିକ୍ରି କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବିକ, ଗତକାଲି ପ୍ରାୟ ଏକ ଘଟିକା ସମୟରେ ତୁଣ୍ଡା ଗ୍ରାମର ସୀତିକାନ୍ତ ସାମନ୍ତରାଏ(୫୬) । ସେ ନିଜ ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ନିଶା ବେପାରୀ ମାଧ ନିଜର ହୋଣ୍ଡା ଆଇକନ୍‌ ମଟର ସାଇକଲ୍‌ ଧକ୍କା ଦେବାରୁ ସୀତିକାନ୍ତ ଘଟଣାସ୍ଥଳରେ ଗୁରୁତ୍ୱର ଆହତ ହୋଇଥିଲେ ତାଙ୍କୁ ଅଡ଼ଶପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌.ସି.ବି କୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ରହମ୍ବା ଗ୍ରାମରେ ଉେତ୍ତଜନା ଲାଗି ରହିଥିବା ବେଳେ ଖବର ପାଇ ଗୋବିନ୍ଦପୁର ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସୁକାନ୍ତି ଦାସ ଓ ସୁମନ୍ତ ଦାସଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି । କିନ୍ତୁ ଘଟଣା ସ୍ଥଳରେ ପଡ଼ିଥିବା ଗଞ୍ଜେଇ, ବ୍ରାଉନ୍‌ସୁଗରକୁ ଜବତ ନକରିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.