ଭୁବନେଶ୍ୱରରେ ବଡ଼ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ବାଇକ, ୩ ମୃତ

ଭୁବନେଶ୍ୱର: ସକାଳୁ ସକାଳୁ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ କାରକୁ ଧକ୍କା ଦେଇଛି। ଫଳରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାଟି ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଘଟିଛି।

ଏପର୍ଯ୍ୟନ୍ତ ମୃତ ବାଇକ ଆରୋହୀଙ୍କ ପରିଚୟ ମିଳିପାରିନି। ତେବେ ଘଟଣାସ୍ଥଳରେ ବରଗଡ଼ ପୋଲିସ ଦ୍ୱାରା କାର ମାଲିକକୁ ଅଟକ ରଖାଯାଇଛି।