fbpx

ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା: ହୀରାକୁଦ ବୁଲିବାକୁ ଆସିଥିବା ୭ ଯାତ୍ରୀ ଗୁରୁତର

କଳାହାଣ୍ଡି: ସକାଳୁ ସକାଳୁ କଳାହାଣ୍ଡିରେ ଏକ ଅଘଟଣ ଘଟିଛି। ଏଠାରେ ଟ୍ରକ-ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାଟି ଏନଏଚ ୨୬ କେସିଙ୍ଗା ନିକଟରେ ଘଟିଛି ବୋଲି ଜଣାପଡିଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ଟ୍ରକ ଏବଂ ବୋଲେରୋ ମଧ୍ୟରେ ସାଂଘାତିକ ଭାବେ ଦୁର୍ଘଟଣା ଘଟିବା ପରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ୭ଜଣଙ୍କୁ ସଂଗେ ସଂଗେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ସମସ୍ତେ ଯାତ୍ରୀ ଛଡିଶଗଡ଼ରୁ ହୀରାକୁଦକୁ ବୁଲିବାକୁ ଆସିଥିଲେ ବୋଲି ଜଣାପଡିଛି।

Get real time updates directly on you device, subscribe now.