fbpx

ମର୍ମନ୍ତୁଦ ଦୁର୍ଘଟଣା: କାର୍ ଓ ଟ୍ରକ୍ ଧକ୍କାରେ ୭ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ତିରୁବନ୍ନାମଲାଇରେ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । କାର୍ ଓ ଟ୍ରକ୍ ଧକ୍କାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ତରୁବନ୍ନମଲାଇରେ ରବିବାର ସକାଳେ ଏକ ଟ୍ରକ କାର ଉପରେ ମାଡିଯାଇଥିଲା । କାରରେ ସମୁଦାୟ ୮ ଜଣ ସଦସ୍ୟ ଥିଲେ । ସେମାନେ ତିରୁବାନାମାଲାଇ ମନ୍ଦିରରୁ ଦର୍ଶନ ସାରି ବେଙ୍ଗାଲୁରୁ ଫେରୁଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ସମେତ ଜଣେ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି । ଅନ୍ୟ ଜଣେ ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଁଚି କାର ମଧ୍ୟରୁ ମୃତକଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଖସି ପଳାୟନ କରିଛି । ପୋଲିସ ଅଧିକାରୀ ଡ୍ରାଇଭରର ଅନୁସନ୍ଧାନ ଜାରି ରଖିଛନ୍ତି ।

Get real time updates directly on you device, subscribe now.