ନବରଙ୍ଗପୁର: ରାଜ୍ୟରେ ତଥା ଦେଶରେ ଦୁର୍ଘଟଣା ମାମଲା ଥମିବାର ନାମ ନେଉନି। ଅନିୟନ୍ତ୍ରିତ ଏବଂ ଅନ୍ୟମନସ୍କ ହୋଇ ଗାଡ଼ି ଚଲାଇବାରେ ପ୍ରତିଦିନ ଶହ ଶହ ଲୋକଙ୍କ ପ୍ରାଣିହାନି ଘଟୁଛି। ତେବେ ଏହାରି ମଧ୍ୟରେ ନବରଙ୍ଗପୁରରୁ ଏକ ମର୍ମନ୍ତୁଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଏଠାରେ ସ୍କୁଟି ସହ ବାଇକର ମୁହାଁମୁହିଁ ଦୁର୍ଘଟଣା ଧକ୍କା ହୋଇଛି। ତେବେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଏହି ଦୁର୍ଘଟଣାଟି ନବରଙ୍ଗପୁର ଥାନା ଚାଉଁରିଆଗୁଡ଼ା ନିକଟ ଗ୍ଲେଜ ହୋଟେଲ ସାମ୍ନାରେ ଘଟିଛି। ତେବେ ଜଣେ ମୃତକ ସ୍ଥାନୀୟ ଢାବା କର୍ମଚାରୀ। ଏହି ମୃତକଙ୍କ ନାମ ଅମିତ ବାଗ ଏବଂ ତ୍ରିଲୋଚନ ଯାନୀ ବୋଲି ଜଣାପଡିଛି। ସେହିପରି ଆଜି ଛତିଶଗଡ଼ ବସ୍ତରରେ ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଛି। ଏକ ଟ୍ରକରେ ୪୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ, ଭାରସାମ୍ୟ ହରାଇ ଟ୍ରକଟି ଓଲଟିପଡିଥିଲା, ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ସହ, ୪୦ ଜଣ ଆହତ ହୋଇଛନ୍ତି। ବସ୍ତରଜିଲ୍ଲା ଦରଭା ଘାଟିରେ ଏହି ଟ୍ରକଟି ଓଲଟିପଡିଛି। ଚନ୍ଦାମେଟା ସପ୍ତାହିକ ହାଟରୁ ଫେରୁଥିଲା ଏହି ଟ୍ରକ୍।