ଭୁବନେଶ୍ୱର ୟୁନିଟ-2 ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା, 4ଟି ଗାଡିକୁ ପଛକୁ ପଛ ଧକ୍କା ଦେଲା କାର

ଭୁବନେଶ୍ଵର: ଯୁଆଡେ ଆଖି ବୁଲେଇଲେ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି। ସେହିପରି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ୟୁନିଟ-2 ପେଟ୍ରୋଲ ପମ୍ପ ନିକଟରେ।

ଏକ କାର କ୍ୱାର୍ଟରର ଗେଟ ଭାଙ୍ଗି ଧସେଇ ପଶି 4ଟି ଗାଡିକୁ ପଛକୁ ପଛ ଧକ୍କା ଦେଇଛି। ଦୁର୍ଘଟଣାରେ 3 ଜଣ ଆହତ ହେବା ସହ କାର ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା ଚାଲିଛି।