ଛେଳି ଚରାଇ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ! ଜଗତସିଂହପୁରରେ ଚାଞ୍ଚଲ୍ୟ

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ମାଡ଼ ମାରିବା ଅଭିଯୋଗ

ଜଗତସିଂହପୁର: ରାଜ୍ୟରେ ତଥା ଦେଶରେ ପ୍ରତିଦିନ ଦୁଷ୍କର୍ମ ଏବଂ ହତ୍ୟା ଘଟୁଛି। ଏହା ଥମିବାର ନାଁ ନେଉନି। ବର୍ତ୍ତମାନ ଏପରି ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଜଗତସିଂହପୁରରୁ ସାମ୍ନାକୁ ଆସିଛି।

ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ମହିଳା ଜଣକ ଛେଳି ଚରାଇ ଘରକୁ ଫେରୁଥିଲେ। ଏହି ସମୟରେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ ହୋଇଥିଲା। ଏଥିସହ ତାଙ୍କୁ ମାଡ଼ ମଧ୍ୟ ମରାଯାଇଥିଲା।

ଏନେଇ ରଘୁନାଥପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି। ଦୁଷ୍କର୍ମ ଉଦ୍ୟମ ସହ ଜଣେ ଦୁର୍ବୃତ୍ତ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଥାନାରେ ପୀଡ଼ିତାଙ୍କ ପକ୍ଷରୁ ଏତଲା ଦିଆଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି।