ମୃତ ଛାତ୍ରୀଙ୍କ ସହ ଅଭିଯୁକ୍ତ ଛାତ୍ରର ଥିଲା ପ୍ରେମ ସମ୍ପର୍କ, ପୋଲିସ କବଜାରେ ବୟଫ୍ରେଣ୍ଡ

କିଟ୍ କଲେଜରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା। ବୟଫ୍ରେଣ୍ଡ ସହ ମନମାଳିନ୍ୟ ଯୋଗୁଁ ଆତ୍ମହତ୍ୟା ଅଭିଯୋଗ। ପୋଲିସ କବଜାରେ ବୟଫ୍ରେଣ୍ଡ।

ଭୁବନେଶ୍ୱର: ପୋଲିସ କବଜାରେ ବୟଫ୍ରେଣ୍ଡ। କିଟ୍ କଲେଜ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡକୁ ଅଟକ ରଖିଛି ପୋଲିସ। କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁସାରେ ବୟଫ୍ରେଣ୍ଡ ଅଟକ ହୋଇଥିବା ସୂଚନା।

ଗତକାଲି କିଟ୍ କଲେଜର ଜଣେ ନେପାଳୀ ଛାତ୍ରୀ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା। ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା। କ୍ୟାମ୍ପସ ପରିସରକୁ ଭଙ୍ଗାରୁଜା କରିଥିଲେ ଅନ୍ୟ ନେପାଳୀ ଛାତ୍ରଛାତ୍ରୀ।

ମୃତ୍ୟୁ ପଛରେ ବୟଫ୍ରେଣ୍ଡ: ଯଦି ଦେଖିବା କ୍ୟାମ୍ପସ ପରିସରରେ ଉତ୍ତେଜନା ବୃଦ୍ଧି କରିବା ଏବଂ ଭଙ୍ଗାରୁଜା କରିବା ପଛରେ ଥିଲା ବୟଫ୍ରେଣ୍ଡର ହାତ। ଏହାଛଡ଼ା ପୋଲିସ କବଜାରେ ଥିବା ଛାତ୍ରଙ୍କ ସହ ମୃତ ଛାତ୍ରୀଙ୍କର ଥିଲା ପ୍ରେମ ସମ୍ପର୍କ।

ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି କଲେଜ କର୍ତ୍ତୃପକ୍ଷ। ତେବେ ଏବେଯାଏଁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ, ହତ୍ୟା ସନ୍ଦେହରେ ମୃତ ଛାତ୍ରୀଙ୍କ ରୁମରେ ଛାନଭିନ କରୁଛି ସାଇନ୍ଟିଫିକ୍ ଟିମ୍।

କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ: ସେପଟେ କ୍ୟାମ୍ପସରେ ଭଙ୍ଗାରୁଜା ଓ ଇତ୍ତେଜନା ପରେ କ୍ୟାମ୍ପସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତୁରନ୍ତ କ୍ୟାମ୍ପସ ଛାଡିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଘଟଣା ସମୟ ଗଡିବା ସହ ଅଧିକ ଜଟିଳ ହେବାରେ ଲାଗୁଛି।