fbpx

ରକ୍ତ ଚନ୍ଦନରେ ଲୁଚିଛି ACF ସୌମ୍ୟ ଡେଥ୍ ମିଷ୍ଟ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ସୌମ୍ୟ ସିଜ୍ କରୁଥିଲେ ଆଉ DFO ଛାଡ଼ି ଦେଇଥିଲେ । ଅଫିସରେ ଅଫିସର୍ ସଚ୍ଚୋଟ ନହେବାକୁ ବାଧ୍ୟ କରୁଥିଲେ କି ? ନହେଲେ କାହିଁକି ଶିମିଳିପାଳ ପାଇଁ ମନ ସ୍ଥିର କରିଥିଲେ ସୌମ୍ୟ ? ଆଉ କାଳ ରାତ୍ରି ଚାଲି ଆସିଥିଲା ସୌମ୍ୟ ଜୀବନକୁ । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଛତ୍ର ଛାୟାରେ ବଢୁଥିଲା କି ଅବୈଧ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ? ଆଉ DFO ଙ୍କୁ ସେଫ୍ ଜୋନରେ ରଖୁଥିଲେ ଜଙ୍ଗଲ ମନ୍ତ୍ରୀଙ୍କ ps ଦୀପ୍ତି ରଞ୍ଜନ ବେହେରା ? ଆଉ ସୌମ୍ୟଙ୍କ ମୃତ୍ୟୁ ଝଡ ପରେ ଦୀପ୍ତିଙ୍କୁ ଆଶ୍ରୟ ପାଇଁ କୋରାପୁଟ ବଦଳି କରିଦିଆ ଯାଇଛି କି । ରାତି ଜଗୁଆଳିର ଗୋଟିଏ ବୟାନ ବନ୍ ବିଭାଗକୁ ୨୪ ଘଣ୍ଟା ପୁରୁଣୁ କାଉଣ୍ଟର ଷ୍ଟେଟମେଣ୍ଟ ରଖିବାକୁ ବାଧ୍ୟ କରିଦେଲା । ଏହାହିଁ ପ୍ରମାଣ DFOଙ୍କ ବିଭାଗରେ ଲବି କେତେ ।
ବିଧାନ ସଭାରେ ବି ଉଠିଛି ସୌମ୍ୟଙ୍କ ଡେଥ ମିଷ୍ଟ୍ରି ଆଉ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦିଗ କୁ ନେଇ ପ୍ରଶ୍ନ । DFO ଜଙ୍ଗଲ ମନ୍ତ୍ରୀଙ୍କ କ୍ଲିନ୍ ଇମେଜ ଉପରେ ଛିଟା ବି ପଡ଼ିବ । ଏହାକୁ ଧୋଇବ କିଏ ? DFO ନା Ps ଦୀପ୍ତି ରଞ୍ଜନ ବେହେରା ? କିଏ ଆଗ ବଳି ପଡ଼ିବ ଜଙ୍ଗଲ ମନ୍ତ୍ରୀଙ୍କ ଇମେଜ ବଞ୍ଚାଇବାକୁ ? ଜଙ୍ଗଲ ମନ୍ତ୍ରୀ ନିଜେ ସ୍ପଷ୍ଟିକରଣ ଦେବେ କି ? ବିରୋଧୀ ତାଙ୍କ ଉପରେ ଲଗାଇଥିବା ଅଭିଯୋଗ ମିଛ ବୋଲି ? ତାଙ୍କ ବିଭାଗର ଜଣେ ମୃତ ଅଫିସର୍ ଆଉ ତାଙ୍କ ବୁଢା ବାପା ମା କୁ ସାନ୍ତ୍ବନା ଦେବେ କି ଜଙ୍ଗଲ ମନ୍ତ୍ରୀ ? କଣ କରିବ ଶାସକ ଦଳ ? ନିଜ କ୍ୟାବିନେଟ୍ ରେ ଥିବା ମନ୍ତ୍ରୀଙ୍କ ମହତ୍ ବଞ୍ଚାଇବାକୁ ତଦନ୍ତ ନିରପେକ୍ଷ ହେବ ତ ?

DFO ଅଭ୍ୟାସ ଗତ ମିଛ କହିବା ରେ ମହାରଥୀ ଏହା ଅନେକ ଥର ପ୍ରମାଣିତ ହୋଇ ସାରିଛି , ତେବେ କଣ ଏହା ସତ ଯେ ସୌମ୍ୟ ଙ୍କ ସଚ୍ଚୋଟ ସ୍ଵଭାବ କୁ ଛୋଟ କରିବା ପାଇଁ ବିଦ୍ୟାଙ୍କ ସହ ସପର୍କ ରଚିଥିଲା DFO ? ସଂଗ୍ରାମ କେଶରୀ ସୋମ୍ୟଙ୍କୁ ରାତି ରେ ଡ୍ୟୁଟି ଦେଇ ସୌମ୍ୟଙ୍କ ସରକାରୀ କ୍ୱାଟରକୁ ଯାଉଥିଲେ ଯାହାର ଗୋଟିଏ ମାତ୍ର କାରଣ ଥିଲା ସୌମ୍ୟଙ୍କୁ ମାନସିକ ନିଯ୍ୟାତନା ଦେବା । ଯଦି ହଁ ତେବେ ବିଦ୍ୟାଙ୍କ ଚିଠି ଆଉ DFO ଙ୍କ ଅଫିସର ପାୱାର ଏକ୍ସରସାଇଜ ଉଭୟ ସୋମ୍ୟାଙ୍କ ମୃତ୍ୟୁ ପାଇଁ ଦାୟୀ ।

Get real time updates directly on you device, subscribe now.