fbpx

ମହାରାଷ୍ଟ୍ର ପୋଲିସକୁ ବଡ଼ ସଫଳତା: ୨୬ ମାଓବାଦୀ ନିପାତ

ନାଗପୁର: ମହାରାଷ୍ଟ୍ରର ନକ୍ସଲ ପ୍ରବଣ ଜିଲ୍ଲା ଗଡ଼ଚିରୋଲିରେ ଶନିବାର ଦିନ ପୁଲିସକୁ ବଡ଼ ସଫଳତା ମିଳିଛି । ଆଜି ସକାଳେ ଗଡ଼ଚିରୋଲି କୋଟଗୁଲ-ଗ୍ୟାରାପଟ୍ଟି ଜଙ୍ଗଲରେ ହୋଇଥିବା ବଡ଼ ଧରଣର ପୁଲିସ ଅପରେସନରେ ୨୬ ଜଣ ମାଓବାଦୀ ସଫା ହୋଇଛନ୍ତି । ନିପାତ ମାଓବାଦୀଙ୍କ ମଧ୍ୟରେ ସିପିଆଇ(ମାଓବାଦୀ) ସେଣ୍ଟ୍ରାଲ୍‌ କମିଟି ସଦସ୍ୟ ଦୀପକ ତେଲତୁମଡ଼େ ମଧ୍ୟ ରହିଥିବା ଜଣାପଡ଼ିଛି । କିଛିଦିନ ହେଲା ଏହି ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଗୁଇନ୍ଦା ସୂଚନା ଆଧାରରେ ଆଜି ଭୋର୍‌ ସମୟରେ ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍‌ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ଗୁଳି ବିନିମୟ ହୋଇଥିଲା ଏବଂ ଏଥିରେ ମୋଟ ୨୬ ଜଣ ନକ୍ସଲ ନିହତ ହୋଇଛନ୍ତି। ସମସ୍ତ ମୃତ ନକ୍ସଲଙ୍କ ଶବ ମଧ୍ୟ ପୁଲିସ ଜବତ କରିଛି। ଏହି ‌ଏନ୍‌କାଉଣ୍ଟରରେ ପୁଲିସ ବାହିନୀର ୩ ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ୧୫ ଜଣ ମାଓବାଦୀ ଆହତ ହୋଇ ଖସି ଯାଇଛନ୍ତି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି ।

Get real time updates directly on you device, subscribe now.