ନୂଆଦିଲ୍ଲୀ: ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ତାମିଲ ଅଭିନେତା ଅଜିତ କୁମାର । ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ସେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କର ବିଶେଷ କ୍ଷତି ହୋଇନଥିବା କଥା କୁହାଯାଇଛି ।
ଜିତ ଦୁବାଇରେ ୨୪ ଆୱାର ରେସ୍ ୨୦୨୫ରେ ଭାଗ ନେବାକୁ ପ୍ରସ୍ତୁତ ହେଉଥିବା କଥା ଜଣାପଡିଛି । ଏଥିପାଇଁ ଦୁବାଇ ଗ୍ରାଣ୍ଡ ଫିକ୍ସ ଅଭ୍ୟାସ ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଦ୍ରୁତ ଗତିରେ ଯାଉଥିବା କାରଟି ରେସିଂ ଟ୍ରାକ୍ କଡ଼ରେ ଥିବା ଏକ କାନ୍ଥରେ ମାଡ଼ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ଅଜିତ କୁମାରଙ୍କ ଅଫିସିଆଲ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରାଯାଇଛି ।
ଗାଡି ଦୁର୍ଘଟଣା ପରେ ତାଙ୍କ ଗାଡି 4 ରୁ 5 ଥର ଘୁରି ଥିଲା । ହେଲେ ଅଭିନେତାଙ୍କର କୌଣସି କ୍ଷତି ହୋଇନଥିବା ବେଳେ ସେ କାର ଭିତରୁ ବାହାରୁଥିବା ଦେଖାଯାଇଛି ।
ତେବେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ତାଙ୍କ ଫ୍ୟାନ୍ସମାନେ ଆଶୁ ଆରୋଗ୍ୟ କାମନା କରିିଛନ୍ତି ।