fbpx
BSKY SKY
BSKY SKY

ଅଭିନେତା ଶ୍ରେୟସଙ୍କୁ Heart Attack: ଶୁଟିଙ୍ଗ ସେଟରୁ ମେଡିକାଲରେ ଭର୍ତ୍ତି

BSKY

ମୁମ୍ବାଇ: ବଲିଉଡର ଷ୍ଟାର ଅଭିନେତା ଶ୍ରେୟସ ତାଲପଡେ ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଶୁଟିଙ୍ଗରୁ ଘରକୁ ଫେରିବା ପରେ ସେ ହୃଦଘାତର ଶିକାର ହୋଇଥିବା ଜାଣିବାକୁ ମିଳିଛି । ୪୭ ବର୍ଷୀୟ ଏହି ଅଭିନେତା ଦିନ ତମାମ ଶୁଟିଙ୍ଗ କରିଥିବା ବେଳେ ଘରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟାବାସ୍ଥା ବିଗିଡ଼ିଥିଲା । ତେବେ ସେ ଘରେ ଅସ୍ଥିରତା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଯାଇଥିବା ସେଠାରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ତେବେ ବର୍ତ୍ତମାନ ସେ ବିପଦମୁକ୍ତ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ,ବର୍ତ୍ତମାନ ସମୟରେ ଶ୍ରେୟସ ‘ୱେଲକମ୍ ୨- ଦ ଜଙ୍ଗଲ’ ସିନେମା ପାଇଁ ଶୁଟିଙ୍ଗରେ ବ୍ୟସ୍ତ ରହୁଛନ୍ତି । ଏହି ଫିଲ୍ମର ଶୁଟିଙ୍ଗରେ ସେ ବ୍ୟସ୍ତ ରହିଥିବା ବେଳେ ଏଭଳି ଏକ ଘଟଣା ଫ୍ୟାନ୍ସମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ଶୁଟିଙ୍ଗ ସେଟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଠିକ ଭାବରେ ଶୁଟିଙ୍ଗ କରିଥିବା ମଧ୍ୟ କୁହାଯାଉଛି । କିନ୍ତୁ ଘରକୁ ପେରିବା ପରେ ସେ ନିଜ ଚାତିରେ ଯନ୍ତ୍ରଣା ଅନୁବ କରିବା ସହିତ ଜଳାପୋଡ଼ା କରିଥିଲା । ଏ ସମସ୍ୟା ଜାଣିବା ପରେ ପତ୍ନୀ ତାଙ୍କୁ ତୁରନ୍ତ ମେଡିକାଲକୁ ନେଇଥିଲେ । ଏଠାରେ ଡାକ୍ତର ସ୍ପଷ୍ଟ କରିଛନ୍ତି ଠାକ୍ତର । ତେବେ ଶ୍ରେୟସଙ୍କୁ ସୁସ୍ଥ କରିବା ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରାଯାଇ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଛି ।

Get real time updates directly on you device, subscribe now.