ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡେଟ୍ କରିଥିଲେ କି ନାହିଁ ଖୋଲି କହିଲେ ଅଭିନେତ୍ରୀ ଇଶା ଗୁପ୍ତା, ଆମେ ଦୁହେଁ…

ମୁମ୍ବାଇ,୨୭ା୬: ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ  କହିଛନ୍ତି ଯେ, ସେ କିଛି ମାସ ଧରି ହାର୍ଦ୍ଦିକଙ୍କ ସହ ରିଲେସନଶିପରେ ଥିଲେ।  କିନ୍ତୁ ସେମାନେ କେବେ ଏକ ଗମ୍ଭୀର ସମ୍ପର୍କ ଆଡକୁ ଗତି କରିନଥିଲେ। ଆପଣଙ୍କୁ କହି ରଖୁଛୁ ହାର୍ଦ୍ଦିକ ଗତ ବର୍ଷ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କୁ ଛାଡପତ୍ର ଦେଇଥିଲେ।

ଏକ ସାକ୍ଷାତକାରରେ ଇଶା କହିଛନ୍ତି, ହଁ, ଆମେ ଦୁହେଁ କିଛି ସମୟ ପାଇଁ ପରସ୍ପର ସହିତ କଥା ହେଉଥିଲୁ। ମୁଁ ଭାବୁନାହିଁ ଯେ, ଆମେ ଡେଟ୍ କରୁଥିଲୁ, କିନ୍ତୁ ଏହା ସତ  ଆମେ କିଛି ମାସ ପାଇଁ କଥା ହେଉଥିଲୁ।

ଇଶା ଆହୁରି କହିଛନ୍ତି, ଆମେ ଏପରି ଏକ ଷ୍ଟେଜରେ ଥିଲୁ ଯେଉଁଠାରେ ସମ୍ପର୍କ ଆରମ୍ଭ ହୋଇପାରିବ କିମ୍ବା ହୋଇପାରିବ ନାହିଁ। ଡେଟିଂ ଷ୍ଟେଜରେ ପହଞ୍ଚିବା ପୂର୍ବରୁ ସବୁକିଛି ଶେଷ ହୋଇଯାଇଥିଲା। ତେଣୁ ଏହା କୁହାଯାଇପାରିବ ନାହିଁ ଯେ, ଆମେ ପରସ୍ପରକୁ ଡେଟ୍ କରୁଥିଲୁ। ଆମେ ହୁଏତ ଥରେ କିମ୍ବା ଦୁଇଥର ଭେଟିଥିଲୁ। ଯେପରି ମୁଁ କହିଥିଲି, ଆମେ ଗୋଟିଏ କିମ୍ବା ଦୁଇ ମାସ ପାଇଁ ଏକାଠି ରହିଥିଲୁ, ତା’ପରେ ସବୁକିଛି ଶେଷ ହୋଇଗଲା। ଇଶା କହିଛନ୍ତିଯେ, ସେମାନଙ୍କର ସମ୍ପର୍କବିନା କୌଣସି ଝଗଡ଼ାରେ ଶେଷ ହୋଇଥିଲା। ଅଲଗା ହେବା ସତ୍ତ୍ୱେ, ସେମାନଙ୍କ ସମ୍ପର୍କରେ କୌଣସି ତିକ୍ତତା ନଥିଲା। ୨୦୧୯ରେ, କଫି ୱିଥ୍ କରଣ ଶୋ’ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମନ୍ତବ୍ୟକୁ ନେଇ ବହୁତ ବିବାଦ ହୋଇଥିଲା। ଇଶା ଗୁପ୍ତା କହିଥିଲେ  ହାର୍ଦ୍ଦିକଙ୍କ ସହ ସମ୍ପର୍କ ସେହି ଶୋ’ ପୂର୍ବରୁ ହିଁ ଶେଷ ହୋଇଯାଇଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ମାର୍ଚ୍ଚ ୨୦୨୫ପରେ ଭାରତୀୟ ଦଳ ପାଇଁ କୌଣସି କ୍ରିକେଟ୍ ମ୍ୟାଚ୍ ଖେଳି ନାହାନ୍ତି। ୨୦୧୮ ପରେ ସେ କୌଣସି ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି, କିନ୍ତୁ ODI ଏବଂ T20 କ୍ରିକେଟରେ ସକ୍ରିୟ ଅଛନ୍ତି। ସେ ଏପର୍ଯ୍ୟନ୍ତ ୯୪ ODIରେ ୧,୯୦୪ ରନ କରିବା ସହିତ ୯୧ ୱିକେଟ୍ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷରେ, ୧୧୪ ଟି-୨୦ ମ୍ୟାଚ୍ ର କ୍ୟାରିଅରରେ, ସେ ୧,୮୧୨ ରନ କରିବା ସହିତ ୯୪ ୱିକେଟ୍ ନେଇଛନ୍ତି।