fbpx

ଏୟାରପୋର୍ଟରେ ବେହାଲ ଅବସ୍ଥାରେ ନଜର ଆସିଲେ ଅଭିନେତ୍ରୀ ମଲାଇକା ଅରୋଡା

ଓଡିଶା ଭାସ୍କର: ସବୁବେଳେ ଚର୍ଚ୍ଚା ପରିସରରେ ଥିବା ବୋଲ୍ଡ ଅଭିନେତ୍ରୀ ମଲାଇକା ଅରୋଡା ଏବେ ପୁଣି ଚର୍ଚ୍ଚାରେ । ଏୟାରପୋର୍ଟରେ ତାଙ୍କର ଅସାଧାରଣ ହାବଭାବ ସମସ୍ତଙ୍କୁ ଚକିତ କରିଛି । ପ୍ରକାଶଥାଉ, ପୈପରଜୀ ଅବିନେତ୍ରୀଙ୍କ ଏହି କାରନାମାକୁ କ୍ୟାମେରାରେ କଏଦ କରି ଦେଇଥିଲେ । ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ଏଭଳି ଅଜିବ ଅବସ୍ଥାରେ ଦେଖିବାକୁ ମିଳିଥିଲା । ରବିବାର ସକାଳ ସମୟରେ ଏହି ଗ୍ଲାମରିସ ଅଭିନେତ୍ରୀ ଜଣକୁ ସ୍ପଟ କରାଯାଇଥିଲା । ମଲାଇକା ଭିନ୍ନ ଏକ ଲୁକରେ ଥିଲେ । ସେ ଧଳା ରଙ୍ଗର ଓଭରସାଇଜ ହୁଡ୍ଡି ସହ ଲୁଜ ଡେନିମ କେରି କରିଥିଲେ । ତାହାସହ ଏହି ଅଭିନେତ୍ରୀ ଜଣକ ମୁଣ୍ଡରେ ଏକ କଳାରଙ୍ଗର ଟୋପି ପରିଧାନ କରିଥିଲେ । ହଟ ଆଣ୍ଡ ବୋଲଲ୍ଡ ମଲାଇକାଙ୍କ କେଶ ସଜ୍ଜା ମଧ୍ୟ ଅନେକ କଥାକୁ ଇଙ୍ଗିତ କରୁଥିଲା । ଲୁକ ଲାଇଟ ମେକଅପରେ ସେ ନଜର ଆସିଥିଲେ । ପ୍ରଥମେ ସେ ପୈପରଜୀଙ୍କୁ ଅନେକ ପୋଜ ଦେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହାକୁ ଦେଖି ମଲାଇକା ଫ୍ୟାନ୍ସ ବି ଆଶ୍ଚଯ୍ୟଚକିତ ହେଉଛନ୍ତି । କହିରଖୁ, ମଲାଇକା ଯଦିଓ ସିନେମାରୁ ଦୂରେଇ ଅଛନ୍ତି, ତଥାପି ନିଜର ଲୁକ, ଫିଟନେସ ତଥା ଲବ ପାଇଁ ସର୍ବଦା ଚର୍ଚ୍ଚରେ ରହୁଛନ୍ତି ।

Get real time updates directly on you device, subscribe now.