ଗୌତମ ଅଦାନୀଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଅଦାନୀ ଗ୍ରୁପ, କହିଲା ଏହି କଥା

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ନିଜ ଚେୟାରମ୍ୟାନ ଗୌତମ ଅଦାନୀ ଗ୍ରୀନର ଡାଇରେକ୍ଟର୍ସଙ୍କ ଉପରେ ଲାଗିଥିବା ଆମେରିକାର ଜଷ୍ଟିସ ଡିପାର୍ଟମେଣ୍ଟ ଏବଂ ଆମେରିକାର ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ ପକ୍ଷରୁ ଲାଞ୍ଚ ଏବଂ ଠକେଇ ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଗ୍ରୁପର ମୁଖପାତ୍ର ବିବୃତ୍ତି ଜାରି କରି କହିଛନ୍ତି ଯେ, ଲଗାଯାଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯାଉଛି। କମ୍ପାନୀ କହିଛି ଯେ, ସେ ଉପଲବ୍ଧ ଥିବା ସମସ୍ତ ଆଇନ ବିକଳ୍ପଗୁଡିକୁ ବ୍ୟବହାର କରିବ।

ଅଦାନୀ ଗ୍ରୁପର ମୁଖପାତ୍ର କହିଛନ୍ତି ଯେ, ଅଦାନୀ ଗ୍ରୀନର ନିବେଶକଙ୍କ ବିରୋଧରେ ଅମେରୀକୀୟ ନ୍ୟାୟ ବିଭାଗ ଏବଂ ଆମେରୀକୀୟ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ ଦ୍ୱାରା ଲଗାଯାଇଥିବା ଅଭିଯୋଗ ମିଛ ଏବଂ ଗ୍ରୁପ ଏହି ଅଭିଯୋଗକୁ ସଂପୁର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ, ଯେପରି ଜଷ୍ଟିସ ଡିପାର୍ଟମେଣ୍ଟ ନିଜେ କହିଛି ଯେ, ଅଭିଯୋଗରେ ଲଗାଯାଇଥିବା ଅଭିଯୋଗରେ ବର୍ତ୍ତମାନ କେବଳ ଅଭିଯୋଗ ରହିଛି ଯେ; ଯେପର୍ଯ୍ୟନ୍ତ ଦୋଷ ପ୍ରମାଣିତ ହୋଇନାହିଁ , ସେପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ କୁହାଯିବନି।