fbpx

ଆଦାନୀ ୱିଲମାର ବ୍ରାଣ୍ଡ ଫର୍ଚୁନ ନାମରେ ଏହି ସଂସ୍ଥା ବିକ୍ରୀ କରୁଛି ନକଲି ସାମଗ୍ରୀ, ଅଭିଯୋଗ ପରେ ପୋଲିସର ଚଢଉ ଜାରି

ନୂଆଦିଲ୍ଲୀ: ଆଦାନୀ ୱିଲମାର ବ୍ରାଣ୍ଡ ଫର୍ଚୁନ ନାମରେ ଏକ ବିଟୁବି ପ୍ଲାଟଫର୍ମ ନକଲି ସାମଗ୍ରୀ ବିକ୍ରୀ କରୁଥିଲା । କମ୍ପାନୀକୁ ଏ ବିଷୟରେ ସୂଚନା ମିଳିବା ପରେ କମ୍ପାନୀ ବିଟୁବି ପ୍ଲାଟଫର୍ମ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି । ଆଦାନୀ ୱିଲମାର ବିଟୁବି ପ୍ଲାଟଫର୍ମ ନାମରେ ପୋଲିସରେ ଅଭିଯୋଗ କରିଛି । ଆଦାନୀ ୱିଲମାର ହେଉଛି ଆଦାନୀ ଗ୍ରୁପର କମ୍ପାନୀ ଓ ଏହା ଫର୍ଚୁନ ବ୍ରାଣ୍ଡ ନେମ୍ ରେ ଖାଇବା ତେଲ ସମେତ ବହୁ ସାମଗ୍ରୀ ବିକ୍ରୀ କରିଥାଏ ।

କମ୍ପାନୀ କହିଛି ତାଙ୍କର ପ୍ରତିନିଧିମାନେ ମାର୍କେଟରେ ରେଗୁଲାର ସର୍ଭେ ସମୟରେ ଏହି ଘଟଣା ଧରାପଡିଯାଇଛି । ଆଦାନୀ ୱିଲମାର କହିଛି ସେ ବିଟୁବି ପ୍ଲାଟଫର୍ମ ବିରୁଦ୍ଧରେ ନକଲି ସାମଗ୍ରୀ ବିକ୍ରୀ କରୁଥିବା ଅଭିଯୋଗରେ ଯାଞ୍ଚ ଏଜେନ୍ସୀ ଜରିଆରେ ଗୌତମ ବୁଦ୍ଧ ନଗର ଜିଲ୍ଲାର ବାଦଲପୁର ଥାନାରେ ଏଫଆଇଆର୍ ଦାଖଲ କରିଛି । ଅଭିଯୋଗ ପରେ ପୋଲିସ ବିଟୁବି ପ୍ଲାଟଫର୍ମ ଉପରେ ଚଢଉ କରିଥିବାଜଣାଯାଇଛି । ଏହି ସମୟରେ ବହୁ ମାତ୍ରାରେ ଫର୍ଚୁନ ବ୍ରାଣ୍ଡରେ ବିକ୍ରୀ ହେଉଥିବା ନକଲି ସାମଗ୍ରୀ ଜବତ କରାଯାଇଛି ।

ପୋଲିସ ଚଢଉ କରି ଫର୍ଚୁନ ସୋରିଷ ତେଲ (୧ ଲିଟର) ୧୨୬ ବୋତଲ, ରିଫାଇନଡ୍ ତେଲ ୩୭ ବୋତଲ ଓ ଫର୍ଚୁନ ବ୍ରାଣ୍ଡରେ ବିକ୍ରୀ ହେଉଥିବା ଅନ୍ୟାନ୍ୟ ବହୁ ଜିନିଷ ଜବତ କରିଛି । ଅନ୍ୟପକ୍ଷରେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନକଲି ସାମଗ୍ରୀ ବିକ୍ରୀ କରୁଥିବା ସଂସ୍ଥାକୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କମ୍ପାନୀ ପ୍ରଶାସନ ସହ କଥାବାର୍ତ୍ତା ଆରମ୍ଭ କରିଛି ।

Get real time updates directly on you device, subscribe now.