fbpx

Instagramର ପୋଷ୍ଟକୁ କ୍ରିଏଟିଭ ଏବଂ ଆଟ୍ରାକ୍ଟିଭ କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟ୍ରିକ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ବ୍ୟବହାର ଖୁବ ଜୋରରେ ବଢିଚାଲିଛି। ଏହି ପ୍ଲାଟଫର୍ମର ବ୍ୟବହାର ଅଧିକାଂଶ ରିଲ୍ସ କରିବା ଏବଂ ତାକୁ ପୋଷ୍ଟ କରିବାରେ କରାଯାଉଛି। ନିଜର ଏହି ଲୋକପ୍ରିୟତାକୁ ବଜାୟ ରଖିବା ପାଇଁ ମେଟା ଏଥିରେ ଲଗାତାର ନୂଆ ଅପଡେଟ ଜାରି କରୁଛି।

ଯଦି ଆପଣ ଇନଷ୍ଟାଗ୍ରାମରେ ଫଟୋ ଉପରେ ଟେକ୍ସଟ ଏବଂ ଷ୍ଟିକର ଲଗାଇବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା। କାରଣ ଇନଷ୍ଟାଗ୍ରାମ ନିଜ ପୋଷ୍ଟକୁ କ୍ରିଏଟିଭ କରିବା ଲାଗି ଏକ ଅପସନ ଜାରି କରିଛି।

ଆସନ୍ତୁ ଏହି ଅପସନର ପ୍ରୋସେସ ବିଷୟରେ ଜାଣିବା..
-ସର୍ବପ୍ରଥମେ ଇନଷ୍ଟାଗ୍ରାମ ଆପ ଖୋଲନ୍ତୁ।
-ଏହାପରେ ଯେଉଁ ଫଟୋ ଉପରେ ଟେକ୍ସଟ ଲଗାଇବେ, ତାକୁ ସିଲେକ୍ଟ କରନ୍ତୁ।
-ବର୍ତ୍ତମାନ ଆପଣଙ୍କୁ .. ବଟନକୁ ସର୍ଚ୍ଚ କରିବାକୁ ପଡିବ, ଯାହା ସ୍କ୍ରିନର ସବୁଠାରୁ ଉପରେ ମିଳିବ।
-ଏହି ବଟନକୁ ସର୍ଚ୍ଚ କରିବା ପରେ ଆପଣ ଏଥିରେ ଫଣ୍ଟ, ସାଇଜ, କଲର ଏବଂ ଟେକ୍ସଟ ଏଲାଇନମେଣ୍ଟକୁ ନିଜ ହିସାବରେ ସିଲେକ୍ଟ କରିପାରିବେ।
-ଏହାପରେ ଡ୍ରାଗ ଆଣ୍ଡ ଡ୍ରପକୁ ସିଲେକ୍ଟ କରି ଆପଣ ନିଜ ଫଟୋ ଉପରେ ନିଜର ମନପସନ୍ଦ ସ୍ଥାନରେ ଟେକ୍ସଟ ଲଗାଇପାରିବେ।

Get real time updates directly on you device, subscribe now.