fbpx

ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

Advertisement

ନୂଆଦିଲ୍ଲୀ: କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବା ସହ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତ କରିଛନ୍ତି । ଇଟାଲିରେ ଆୟୋଜିତ ହେଉଥିବା ଜି-୭ ଶିଖର ସମ୍ମିଳନୀରେ ଭାରତ ତରଫରୁ ପିଏମ୍ ମୋଦୀ ଯୋଗ ଦେଇଛନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ଅଧୀରଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା । ବରହମପୁର ଆସନରୁ ଟିଏମସି ପ୍ରାର୍ଥୀ ହୋଇଥିବା ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କ ନିକଟରୁ ୮୦ ହଜାରରୁ ଅଧିକ ଭୋଟରେ ହାରି ଯାଇଥିଲେ । ନିର୍ବାଚନ ପୂର୍ବରୁ ଅଧୀରଙ୍କୁ ନେଇ ଦଳରେ ବିବାଦ ସୃଷ୍ଟି ହୋଇଥିଲା । ତେବେ ସେ ସମୟରେ ଅଧୀର ଦଳରୁ ଇସ୍ତଫା ଦେଇଥିଲେ ମାତ୍ର ସେ ସମୟରେ ତାହାକୁ ଗ୍ରହଣ କରାଯାଇଥିଲା । ତେଣୁ ଏବେ ତାଙ୍କର ଇସ୍ତଫା ଗ୍ରହଣ କରାଯାଉ ବୋଲି ଅଧୀର କହିଛନ୍ତି । ଅନ୍ୟପକ୍ଷରେ ହାଇକମାଣ୍ଡଙ୍କ ଅନ୍ତିମ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ସେ ପଦରେ ରହିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଅଧୀର ପଶ୍ଚିମବଙ୍ଗ କଂଗ୍ରେସର ଜଣେ ବଡ଼ ଚେହେରା । ସେ ୨୦୨୯ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସର ବିରୋଧୀ ଦଳ ନେତା ରହିଥିଲେ । ପଶ୍ଚିମବଙ୍ଗରେ କଂଗ୍ରେସ-ଟିଏମସି ମେଣ୍ଠକୁ ଅଧୀର ସମର୍ଥନ କରୁନଥିଲେ । ତେଣୁ ବିବାଦର ସୂତ୍ରପାତ୍ର ହୋଇଥିଲା ।

Get real time updates directly on you device, subscribe now.