fbpx
BSKY
BJD MC SKY
BJD MS SKY

୮ ବର୍ଷୀୟ ଆଦିତ୍ୟ ପାଟିଲ ହେଲେ Dance Deewane Juniors Winner, ଟ୍ରଫି ସହ ଜିତିଲେ ୨୦ ଲକ୍ଷ

ନୂଆଦିଲ୍ଲୀ: ଟିଭିର ମନୋରଞ୍ଜନଧର୍ମୀ ରିୟଲିଟି ଶୋ’ ଡ୍ୟାନ୍ସ ଦିୱାନେ ଜୁନିୟରର ବିଜେତା ହୋଇଛନ୍ତି ଆଦିତ୍ୟ ପାଟିଲ । ୮ ବର୍ଷୀୟ ଆଦିତ୍ୟଙ୍କୁ ଟ୍ରଫି ବାବଦକୁ ୨୦ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ନିଜର ଟ୍ୟାଲେଣ୍ଟ ଓ କଠିନ ପରିଶ୍ରମ ଫଳରେ ଆଦିତ୍ୟ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏହି ବିଜୟ ପରେ ଆଦିତ୍ୟ ବହୁତ ଖୁସି ଓ ଉତ୍ସାହିତ ଥିବା ଜଣାପଡ଼ିଛି ।

ଏହି ଶୋ’ର ପୂରା ସିଜିନରେ କୋରିଓଗ୍ରାଫର ପ୍ରତୀକ ଉତେକର ଆଦିତ୍ୟଙ୍କୁ ଟ୍ରେନିଂ ଦେଇଥିଲେ । ୧୩ ସପ୍ତାହ ଧରି ଚାଲିଆସିଥିବା ଏହି ଯାତ୍ରାରେ ଆଦିତ୍ୟଙ୍କ ପ୍ରଦର୍ଶନକୁ ନେଇ ଜଜ୍ ଓ ଶୋ’ର ଗେଷ୍ଟ ସେଲିବ୍ରେଟିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୮ ବର୍ଷ ବୟସରେ ଏହି ଶୋ’ର ଟ୍ରଫି ଜିତି ଆଦିତ୍ୟ ନିଜ ପରିବାର ପାଇଁ ଗୌରବ ଆଣିଦେଇଛନ୍ତି ।

ଶୋ’ର ୱିନର ହେବା ପରେ ଆଦିତ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । ତାଙ୍କର ଆଖିରୁ ଖୁସିର ଲୁହ ଝରି ଆସିଥିଲା । ଏହି ଅବସରରେ ସେ କହିଥିଲେ, ମୋ ହାତରେ ଏହି ବିଜୟ ଟ୍ରଫି ଦେଖି ମୋର ପିତାଙ୍କ ଆଖିରୁ ମଧ୍ୟ ଖୁସିର ଅଶ୍ରୁ ଝରି ପଡ଼ିଥିଲା । ସେ ମୋତେ ଆଲିଙ୍ଗନ କରିବା ସହ ଏପରି ପରିଶ୍ରମ କରି ଜୀବନରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ । ମୁଁ ମୋର ଟ୍ରଫି ନିଜର କ୍ଲାସରେ ରଖିବା ସହ ବାପା ଓ ଭାଇଙ୍କ ପାଇଁ ଏକ ନୂଆ ଘର କିଣିବି ।

Get real time updates directly on you device, subscribe now.