କମ୍ପିଲା ଗୃହ, ଆରମ୍ଭର ବିରୋଧୀ କଲେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗ
ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ସହ ହଟ୍ଟଗୋଳ। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ।
ବିଜେଡି ଗୃହ ଚଳାଇ ଦେଉନଥିବା ଅଭିଯୋଗରେ କଂଗ୍ରେସର ପ୍ରତିବାଦ।ବାଚସ୍ପତିଙ୍କ ଅନୁରୋଧ ସତ୍ୱେ ବି ଜାରି ରହିଲା ବିରୋଧୀଙ୍କ ହୋହଲ୍ଲା, ନାରାବାଜି।
ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି କରିଥିଲେ। ଯାହା ପାଇଁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।