fbpx

ଶୀତଋତୁରେ ଆପଣାନ୍ତୁ ବଲିଉଡ଼ ତାରକାମାନଙ୍କର ଏହି ସ୍ୱେଟର ଡିଜାଇନ: ଯେ କେହି ବି ହୋଇଯିବେ ଦିୱାନା

ମୁମ୍ବାଇ: ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି । ତେବେ ଏହା ସହିତ ଦିନକୁ ଦିନ ଶୀତଋତୁ ମଧ୍ୟ ଏହାର ଚାଦର ମେଲାଇବାରେ ଲାଗିଛି । ଏପରି ସ୍ଥିତିରେ ଏହା ବୁଝିବା ବେଶ କଷ୍ଟକର ହୋପଡ଼େ ଯେ ଏପରି କ’ଣ ପିନ୍ଧିବା ଉଚିତ ଯାହା ପିନ୍ଧିବା ଦ୍ୱାରା ଫ୍ୟାଶନ ଠିକ ରହିବା ସହିତ ଶୀତ ମଧ୍ୟ ଲାଗିବ ନାହିଁ । ତେବେ ଏପରି ସ୍ଥିତିରେ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଫ୍ୟାସନ ଆଇଡିଆ ଆଣିଛନ୍ତି ଏହି ବଲିଉଡ଼ ତାରକାମାନେ ।

ପ୍ରିୟଙ୍କାଙ୍କ ଟର୍ଟଲ ନେକ- ଟର୍ଟଲ ନେକ ସ୍ୱେଟର ଏପରି ଏକ ୱିଣ୍ଟର ୱିୟର ଯାହାର ଡିଜାଇନ ସମସ୍ତଙ୍କୁ ବେଶ ପସନ୍ଦ ଆସିବା ସହିତ ସମସ୍ତ ବୟସ ବର୍ଗର ଲୋକଙ୍କୁ ଏହା ସୁଟ କରିଥାଏ । ତେେ ବଏହା ଶୀତ ଋତୁରେ ଆରାମ ଦାୟକ ହେବା ସହିତ ବେଶ ଆଟ୍ରାକଟିଭ ଲୁକ ମଧ୍ୟ ଦେଇଥାଏ । ଉଚ୍ଚା ନେକଲାଇନ ହୋଇଥିବା କାରଣରୁ ଏହା କେବଳ ଶରୀରକୁ ଉଷୁମ ରଖେ ନାହିଁ ବରଂ ଆପଣଙ୍କ ପର୍ସନାଲିଟି ମଧ୍ୟ ବଜାୟ ରଖିଥାଏ ।

1- प्रियंका चोपड़ा की टर्टल नेक स्वेटर

ଦୀପିକାଙ୍କର ଓଭରସାଇଜ ସ୍ୱେଟର- ଓଭର ସାଇଜ ପୁଲଓଭର ସାମାନ୍ୟ ବଡ଼ ହୋଇଥିବା କାରଣରୁ ଶରୀରକୁ କମଫର୍ଟ ପ୍ରଦାନ କରିଥାଏ । ଏହା ସହିତ ଏକ କୋଜି ଲୁକ ମଧ୍ୟ ଦେଇଥାଏ । ଶୀତ ଋତୁରେ ୱିଣ୍ଟର ଗାର୍ମେଣ୍ଟ ସହିତ ଏହି ପୁଲଓଭର ଗୁଡ଼ିକ ଖୁବ ସୁନ୍ଦର ଲାଗିଥାଏ । ଏହା ଆପଣଙ୍କ ପର୍ସନାଲିଟି ଏନହାନ୍ସ କରିବା ସହିତ ଆପଣଙ୍କୁ ଏକ ଆକର୍ଷକ ଲୁକ ଦେଇଥାଏ ।

2- दीपिका की ओवरसाइज़्ड स्वेटर

କଟ୍ରିନାଙ୍କର କାର୍ଡ଼ିଗାନ- କାର୍ଡ଼ିଗାନ ଶୀତଋତୁ ପାଇଁ ଏକ ଅତ୍ୟାବଶ୍ୟକ ଲେୟାରିଂ କପଡ଼ା । ତେବେ ଏହାର ଏକ ବିଶେଷତ୍ତ୍ୱ ହେଉଛି ଏହା ବିଭିନ୍ନ ପ୍ରକାର ବୁଣା ଶୈଳୀରେ ଉପଲବ୍ଧ ହୋଇଥାଏ । ହାଲକା ବୁଣା ହେଉ ଅବା ଭାରି, ଏହା ବେଶ ସୁନ୍ଦର ଏବଂ ଆକର୍ଷକ ଲୁକ ଦେବା ସହିତ ବେଶ କମଫର୍ଟେବଲ ମଧ୍ୟ ଲାଗିଥାଏ । ତେବେ ଏହା ବିଭିନ୍ନ କଲର ଅପଶନରେ ମଧ୍ୟ ଉପଲବ୍ଧ । ଆପଣ ବଜାରରେ ସଲିଡ଼, ଫ୍ଲୋରାଲ ପ୍ରିଣ୍ଟ, ଆବଷ୍ଟ୍ରାକ୍ଟ ପ୍ରିର୍ଟ ଏପରି ବିଭିନ୍ନ ରଙ୍ଗରେ ଏହି କାର୍ଡ଼ିଗାନ ପାଇପାରିବେ ।

3- कैटरीना का कार्डिगन

ଖୁସି କପୁରଙ୍କର ଡୁଆଲ ଟୋନ ସ୍ୱେଟର- ବର୍ତ୍ତମାନ ବଜାରରେ ‘ଡୁଆଲ ଟୋନ ସ୍ୱେଟର’ ବା ‘ଦ୍ୱି-ରଙ୍ଗୀ ସ୍ୱେଟର’ ବେଶ ଲୋକପ୍ରିୟ ହେବାରେ ଲାଗିଛି । ତେବେ ଏହି ସ୍ୱେଟରର ବାମ ପାଶ୍ୱର୍ ଗୋଟିଏ ରଙ୍ଗର ହୋଇଥିବା ବେଳେ ଡାହାଣ ପାଶ୍ୱର୍ ଆଉ ଏକ ରଙ୍ଗର ହୋଇଥାଏ । ଏହି ସ୍ୱେଟର ବର୍ତ୍ତମାନ ସମୟରେ ବେଶ ଟ୍ରେଣ୍ଡି ରହିଥିବା ବେଳେ ଏହା ଆପଣଙ୍କ ଆଉଟଫିଟକୁ ଏକ ଭିନ୍ନ ଲୁକ ଦେଇଥାଏ । ଏଥିରେ ଆପଣ ବେଶ ଫ୍ୟାଶନେବଲ ମଧ୍ୟ ଦେଖାଯାଇଥାନ୍ତି ।

4- खुशी कपूर के डुअल टोन स्वेटर

ଆଲିୟାଙ୍କର କ୍ରୋଏସିଆ ବୁଣା ସ୍ୱେଟର- କ୍ରୋଏସିଆ ବୁଣା ହୋଇଥିବା ସ୍ୱେଟର ସବୁ ସମୟରେ ମା’ ଏବଂ ଜେଜେ ମା”ଙ୍କ ହାତର ଉଷୁମ ଏବଂ ଭଲ ପାଇବାକୁ ମନେପକାଇଥାଏ । ତେବେ ଆଲିୟାଙ୍କର ଏହି ହାତବୁଣା ସ୍ୱେଟର ବର୍ତ୍ତମାନ ବେଶ ଲୋକପ୍ରିୟ ହେବାରେ ଲାଗିଛି । ଟ୍ରେଣ୍ଡିଂରେ ଥିବାଏହି ସ୍ୱେଟର ଆପଣଙ୍କୁ ଏକ କିଶୋରୀସୁଲଭ ଲୁକ ଦେବା ସହିତ ଆପଣଙ୍କର ଫ୍ୟାଶନକୁ ମଧ୍ୟ ବେଶ ଉଚ୍ଚକୋଟୀର କରି ତୋଳିଥାଏ ।

5- आलिया भट्ट की क्रोशिया बुना हुआ स्वेटर

Get real time updates directly on you device, subscribe now.