fbpx

JN.1 ସବ୍-ଭାରିଆଣ୍ଟକୁ ଚିହ୍ନିବେ କିପରି? WHO-AIIMS ବିଶେଷଜ୍ଞ ସତର୍କ କଲେ, ଲୋକଙ୍କଠାରେ ଦେଖାଯାଉଛି ୨୦ଟି ବଡ଼ ଲକ୍ଷଣ

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଭାରତରେ କୋଭିଡ-୧୯ର ମାମଲା ଉପରମୁହାଁ ହେବାରେ ଲାଗିଛି । ଏହା ମଧ୍ୟରେ ସକ୍ରିୟ ମାମଲା ବୃଦ୍ଧି ପାଇ ୪,୦୫୪ରେ ପହଞ୍ଚିଯାଇଛି । ତେବେ ଜେଏନ.୧ ନୂଆ ସବଭାରିଆଣ୍ଟକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଯାଇଥିବା ବେଳେ ଏହାକୁ କିପରି ଚିହ୍ନଟ କରିବେ ତାହ ଏକ ବଡ଼ ପ୍ରଶ୍ନ । ଏଥିସହିତ କରୋନାର ପୁରୁଣା ଲକ୍ଷଣ ଓ ନୂଆ ଲକ୍ଷଣକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ପକ୍ଷରୁ କିଛି ନୂଆ ସୂଚନା ଜାରି କରାଯାଇଛି ।

ଏକ୍ସପର୍ଟଙ୍କ ଅନୁଯାୟୀ, ଯେଉଁମାନେ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନଙ୍କ ଠାରେ କୋଭିଡ-୧୯ର ଅଲଗା ଅଲଗା ଭାରିଆଣ୍ଟର ସାମାନ୍ୟ ଲକ୍ଷଣ ଦେଖାଦେଇପାରେ । ଏପରିକି ଇମ୍ୟୁନିଟି ଆଧାରରେ ଲୋକଙ୍କ ଠାରେ ଏହି ଲକ୍ଷଣ ଦେଖାଦେଇପାରେ । ନାକରୁ ସିଂଘାଣୀ ବୋହିବା, କାଶ, ମୁଣ୍ଡବ୍ୟଥା, ଦୁର୍ବଳତା ବା ଥକ୍କାପଣ, ମାଂଶପେଶୀରେ ଯନ୍ତ୍ରଣା, ଗଳା ପ୍ରଦାହ, ନିଦ୍ରାହୀନତା, ଉଦବେଗ ଆଦି ଲକ୍ଷଣ ଲୋକଙ୍କ ଠାରେ ଦେଖାଯାଉଥିବା ୟୁକେର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏନେଇ ସତର୍କ ରହିବା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ କହିଛନ୍ତି । ସେହିପରି ସଂକ୍ରମଣ କାରଣରୁ ହସ୍ପିଟାଲରେ ବେଡ୍ ସଂଖ୍ୟା ଧୀରେଧୀରେ ବଢ଼ୁଥିବା ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍)ର ପୂର୍ବତନ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ।

ସେହିପରି ଏକ ଚିକିତ୍ସା ପତ୍ରିକାରେ ପ୍ରକାଶିତ ହୋଇଥିବା ରିସର୍ଚ୍ଚ ରିପୋର୍ଟ ମୁତାବକ, କରୋନାରୁ ଠିକ୍ ହେବା ପରେ ବି ଲୋକଙ୍କ ଠାରେ ୧୨ଟି ଲକ୍ଷଣ ଦେଖାଯାଉଛି । ଏହି ସବୁ ଲକ୍ଷଣ ସୁସ୍ଥ ହେବାର ୪ରୁ ୬ ସପ୍ତାହ ମଧ୍ୟରେ ଦେଖାଯାଉଛି । ଥକ୍କାପଣ, ବ୍ରେନ ଫଗ୍, ଚକ୍କର ଆସିବା, ପେଟ ସମ୍ବନ୍ଧୀୟ ସମସ୍ୟା, ଘବରାହଟ, ସମ୍ବନ୍ଧ ଇଚ୍ଛା ହ୍ରାସ, ସ୍ୱାଦ ବାରିବା କ୍ଷମତା ହ୍ରାସ, ପୁରୁଣା କାଶ, ଛାତି ଯନ୍ତ୍ରଣା, ଅସାମାନ୍ୟ ହରକତ ଲକ୍ଷଣ ଦେଖାଦେଇପାରେ । ତେବେ ଭ୍ୟାକ୍ସିନେସନ ବା ପୁରୁଣା ସଂକ୍ରମଣରୁ ପ୍ରାପ୍ତ ହୋଇଥିବା ଆଣ୍ଟିବଡି କାରଣରୁ ନୂଆ ଭାରିଆଣ୍ଟରେ ଲକ୍ଷଣକୁ ଚିହ୍ନଟ କରିବା କଷ୍ଟକର ବୋଲି କିଛି ଏକ୍ସପର୍ଟ କହିଛନ୍ତି ।

Get real time updates directly on you device, subscribe now.