fbpx
BJD
BJD SKY
BJD SKY

Travelling Tips: ପିଲାଙ୍କ ସହ ଟ୍ରିପ୍ ପ୍ଲାନ୍ କରୁଛନ୍ତି କି ! ଏହି ସବୁ ଜିନିଷ ପାଖରେ ରଖନ୍ତୁ…

BJD

ଓଡ଼ିଶା ଭାସ୍କର: ଆସୁଛି ନୂଆ ବର୍ଷ । ପରିବାର ଏବଂ ସାଙ୍ଗସାଥିଙ୍କ ସହ ସମସ୍ତେ ଭ୍ୟାକେସନ୍ ପ୍ଲାନ କରିବାରେ ବ୍ୟସ୍ତ । ବର୍ତ୍ତମାନ ପିଲାମାନଙ୍କ ୱିଣ୍ଟର ଭ୍ୟାକେସନ୍ । ସେମାନେ ବୁଲାବୁଲି କରିବା ପାଇଁ ବେଶି ଉତ୍ସାହିତ ଥାନ୍ତି । ସେମାନେ ଟ୍ରିପର ମଜାକୁ ଦ୍ୱିଗୁଣିତ କରିଥାନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ମାତା ପିତାମାନେ ଛୋଟ ପିଲାମାନଙ୍କୁ ଟ୍ରିପରେ ନେବାକୁ କୁଣ୍ଠାବୋଧ କରିଥାନ୍ତି । ସେମାନଙ୍କ ଧାରଣା ପିଲାମାନେ ସେମାନଙ୍କ ମଜା ମଜଲିସରେ ବାଧା ସୃଷ୍ଟି କରିବା ସହ ମୁଣ୍ଡବ୍ୟଥାର କାରଣ । ଯଦି ଆପଣ ପ୍ରଥମ ଥର ପାଇଁ ଛୋଟ ପିଲାମାନଙ୍କ ସହ ଟ୍ରିପ୍ ପ୍ଲାନ୍ କରୁଛନ୍ତି ତେବେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ :

Image result for cartoon image of family on road trip | Kitty party themes, Road trip, Cat party

୧. ପିଲାମାନଙ୍କ ପାଇଁ ଅଲଗା ସୁଟକେସ୍‌: ଏହା ଦ୍ୱାରା ପିଲାମାନଙ୍କ ଜିନିଷ ଖୋଜିବାରେ ଅସୁବିଧା ହୋଇନଥାଏ । ଛୋଟ ପିଲାମାନଙ୍କର ଡାଏପର, ଖାଇବା ଜିନିଷ, ଖେଳନା, ଶୀତବସ୍ତ୍ର ଇତ୍ୟାଦି ସବୁ ଗୋଟିଏ ସ୍ଥାନରେ ରହିଥାଏ ।

୨. ଖାଦ୍ୟପେୟ: ସମୟ ସମୟରେ ପିଲାମାନଙ୍କୁ ଅଧିକ ଭୋକ ଲାଗିଥାଏ ତେଣୁ ସେମାନଙ୍କ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ପିଲାମାନଙ୍କୁ ବାହାର ଜିନିଷ ଠାରୁ ଦୂରେଇ ରଖନ୍ତୁ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପିଲାମାନଙ୍କ ପାଇଁ ଫଳ, ଡ୍ରାଏ ଫ୍ରୁଟ୍ସ, ବିସ୍କୁଟ, ବ୍ରେଡ଼୍‌, ଜାମ୍ ବା ବଟର, ସାଣ୍ଡୱିଚ୍‌, ନିମିକି, ଜୁସ୍ ଭଳି ହାଲ୍‌କା ଫୁଲ୍‌କା ସ୍ନାକ ଆଇଟମ୍ ଘରୁ ପ୍ରସ୍ତୁତ କରିନେଇ ପାରିବେ ।

୩. ଏକ୍ସଟ୍ରା ବ୍ୟାଗ୍‌: ଟ୍ରିପ୍ ସମୟରେ ସାଥିରେ ଏକ୍ସଟ୍ରା ବ୍ୟାଗ୍ ନେବା ଜରୁରୀ ହୋଇଥାଏ । ପିଲାମାନେ ଖେଳିବା ଓ ଖାଇବା ସମୟରେ ଡ୍ରେସରେ ଦାଗ ଲାଗିଯିବାର ସମ୍ଭାବନା ରହିଥାଏ । ଏହା ବ୍ୟତୀତ ଶପିଙ୍ଗ୍ କରିବା ପାଇଁ ମଧ୍ୟ ଏକ୍ସଟ୍ରା ବ୍ୟାଗ ଦରକାର ପଡ଼ିଥାଏ ।

୪. ପାଣି ଫିଲଟର: ସାଧାରଣତଃ ସ୍ଥାନ ପରିବର୍ତ୍ତନ ହେଲେ ପିଲାମାନଙ୍କ ଉପରେ ବେଶି ପ୍ରଭାବ ପଡ଼ିଥାଏ । ତେଣୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଏଡ଼ାଇବା ପାଇଁ ଫିଲଟର କିମ୍ବା ଥର୍ମୋସ ବୋତଲରେ ଘରର ଫୁଟା ପାଣି ନେଇପାରିବେ ।

୫. ଜରୁରୀ ମେଡ଼ିସିନ: ପିଲାମାନଙ୍କ ସହ ଟ୍ରିପ୍ ପ୍ଲାନ କରିବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଥଣ୍ଡା, କାଶ, ପେଟ ଦରଜ, ବାନ୍ତି ପାଇଁ ଔଷଧ ପ୍ୟାକ୍ କରନ୍ତୁ । ଡାକ୍ତରଙ୍କ ନମ୍ବର ରଖିବା ପାଇଁ ଜମା ବି ଭୁଲିବେ ନାହିଁ ।

୬. ଖେଳନା: ପିଲାମାନଙ୍କ ପାଇଁ ଖେଳନା ନେବାକୁ ଆଦୌ ଭୁଲନ୍ତୁ ନାହିଁ । ବ୍ୟାଡ଼ମିଣ୍ଟନ ର‌୍ୟାକେଟ, ବଲ, ଲୁଡ଼ୋ, କ୍ୟାରମ୍ ବୋର୍ଡ଼ ଭଳି ଅନ୍ୟାନ୍ୟ ଖେଳିବା ଜିନିଷ ଦ୍ୱାରା ପିଲାମାନଙ୍କ ମନୋରଞ୍ଜନ ହୋଇଥାଏ । ଅନ୍ୟପଟେ ଆପଣ ମଧ୍ୟ ପାର୍ଟନର, ପରିବାର ଲୋକ ଏବଂ ସାଙ୍ଗସାଥୀଙ୍କ ସହ କ୍ୟୁାଲିଟି ଟାଇମ୍ ବିତାଇପାରିବେ ।

Get real time updates directly on you device, subscribe now.