fbpx

ଆଫଗାନିସ୍ତାନ ସେନାର ଏୟାର ଷ୍ଟ୍ରାଇକ, ୩୦ରୁ ଅଧିକ ତାଲିବାନୀ ଆତଙ୍କୀ ସଫା

କାବୁଲ: ଆଫଗାନିସ୍ତାନର ପୂର୍ବ କୁନାର ଏବଂ ଅନ୍ୟ ଦୁଇ ପ୍ରାନ୍ତରେ ଆଫଗାନ ବାୟୂସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି, ଏହା ସହ ୧୭ ଆହତ ମଧ୍ୟ ହୋଇଛନ୍ତି । ଦେଶର ରକ୍ଷା ମନ୍ତ୍ରାଳୟ ଶନିବାର ଏନେଇ ସୁନିଶ୍ଚିତ କରିଛି । ଏହା ପୂର୍ବରୁ ଆଫଗାନ ସୈନିକ ଶୁକ୍ରବାର ୨୦ ତାଲିବାନ ଆତଙ୍କୀଙ୍କୁ ମାରିଥିଲେ ।

ସୂଚନା ଅନୂଯାୟୀ, ଆଫଗାନିସ୍ତାନର ଉତ୍ତର ଜଜ୍ଜାନ ପ୍ରାନ୍ତର ପ୍ରାନ୍ତୀୟ ରାଜଧାନୀ ଶିବରଧନ୍ ର ବାହାର ଅଞ୍ଚଳ ମୁର୍ଗବ ଏବଂ ହସନ ତବ୍ୱିନ ଗ୍ରାମରେ ଯୁଦ୍ଧ ବିମାନ ଆତଙ୍କୀ ଠିକଣାକୁ ଟାର୍ଗେଟ କରିଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ୧୯ ଆତଙ୍କୀ ନିହତ ହୋଇଛନ୍ତି ଏବଂ ୧୫ ଆତଙ୍କୀ ଆହତ ହୋଇଛନ୍ତି । ସେହିଭଳି ଦକ୍ଷିଣ ହେଲମନ୍ଦ ପ୍ରାନ୍ତର ରାଜଧାନୀ ଲସ୍କର ଗାହ ଅଞ୍ଚଳରେ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ୧୪ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.