fbpx
BSKY
BJD YOUTH SKY
BJD MS SKY

ମୋହାଲିରେ ଆଫଗାନିସ୍ତାନ ଦେଖିଲା ‘ଶିଭମ୍’ ତାଣ୍ଡବ: ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ଜିତିଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜକୁ ଦମଦାର ଷ୍ଟାଇଲରେ ଆରମ୍ଭ କରିଛି ରୋହିତ ସେନା । କମବ୍ୟାକ ମ୍ୟାଚରେ ହିଁ ଅଧିନାୟକ ରୋହିତ ବିଜୟ ହାସଲ କରି ଆଫଗାନିସ୍ତାନକୁ ମାତ୍ ଦେଇଛନ୍ତି । ତେବେ ପ୍ରଥମ ଟି-୨୦ ମ୍ୟାଚରେ ଭାରତର ବିଜୟ ସାରଥୀ ସାଜିଛନ୍ତି ସୁପରଷ୍ଟାର ଅଲରାଉଣ୍ଡର ଶିଭମ୍ ଦୁବେ । ଅଲରାଉଣ୍ଡ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ଏକତରଫା ବିଜୟୀ କରାଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । ଦମଦାର ବୋଲିଂ ପରେ ବିସ୍ଫୋରକ ବ୍ୟାଟିଂରେ ଆଫଗାନିସ୍ତାନ ହାତରୁ ବିଜୟ ଛଡ଼ାଇ ରୋହିତଙ୍କୁ ଭେଟି ଦେଇଛନ୍ତି ଶିଭମ୍ ଦୁବେ ।

ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୫୯ ରନର ଲକ୍ଷ୍ୟ ଦେବାରେ ସକ୍ଷମ ହୋଇଥିଲା ଆଫଗାନିସ୍ତାନ । ଯେଉଁ ମ୍ୟାଚକୁ ୨.୩ ଓଭର ବାକି ଥାଇ ହାସଲ କରି ନେଇଛି ରୋହିତ ସେନା । ଷ୍ଟାର ଅଲରାଉଣ୍ଡର ଶିବମ୍ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହ ଟି-୨୦ ସିରିଜର ଶୁଭାରମ୍ଭ କରିଛି ଭାରତ । ଚତୁର୍ଥ ଓଭରରେ ମାତ୍ର ୨୮ ରନରେ ଭାରତ ଦ୍ୱିତୀୟ ୱିକେଟ ଭାବେ ଓପନର ଶୁଭମନ ଗିଲଙ୍କୁ ହରାଇବା ପରେ ମଇଦାନକୁ ଓହ୍ଲାଇଥିଲେ ଷ୍ଟାର ଅଲରାଉଣ୍ଡର ଶିବମ୍ ଦୁବେ । ପଡ଼ିଆରେ ପାଦ ରଖିବା ମାତ୍ରେ ସେ ଦ୍ରୁତ ଗତିରେ ରନ୍ କରିବା ଆରମ୍ଭ କରିଥିଲେ ।

ନବମ ଓଭରରେ ମାତ୍ର ୭୨ ରନରେ ତୃତୀୟ ୱିକେଟ ଭାବରେ ଜିତେଶ ଶର୍ମାଙ୍କ ୱିକେଟ ହରାଇ ଭାରତ ବ୍ୟାକଫୁଟକୁ ଚାଲି ଯାଇଥିଲା । ଏହାପରେ ଜିତେଶ ଶର୍ମାଙ୍କ ସହ ମିଶି ବିଜୟ ଲକ୍ଷ୍ୟରେ ଆଗେଇ ଆସିଥିଲେ ଷ୍ଟାର ଅଲରାଉଣ୍ଡର ଶିବମ୍ ଦୁବେ । ମାତ୍ର ୪୦ ବଳରେ ୫ଟି ଚୌକା ଏବଂ ୨ଟି ଛକା ସହ ୬୦ ରନର ଏକ ବିସ୍ଫୋରକ ଇନିଂସ ଖେଳି ପ୍ରଥମ ମ୍ୟାଚରେ ଭାରତକୁ ବିଜୟ ଭେଟି ଦେଇଛନ୍ତି ଶିବମ୍ ଦୁବେ । ଟିମ ଇଣ୍ଡିଆରେ ଟି-୨୦ ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଭାବ ପୂରଣ କରି ଦେଇଛନ୍ତି ଶିବମ୍ ଦୁବେ ।

ବ୍ୟାଟିଂରେ ଜଲୱା ଦେଖାଇବା ପୂର୍ବରୁ ଦୁବେ ୨ ଓଭର ବୋଲିଂ କରି ମାତ୍ର ୯ ରନ୍ ବ୍ୟୟ କରିଥିବା ବେଳେ ଗୋଟିଏ ସଫଳତା ମଧ୍ୟ ହାସଲ କରିଛନ୍ତି । ଶିବମଙ୍କ ଅର୍ଦ୍ଧଶତକ ବ୍ୟତୀତ ୱିକେଟ କିପର ଜିତେଶ ଶର୍ମା ୫ଟି ଚୌକା ସହ ୩୧(୨୦) ରନ୍, ତିଲକ ବର୍ମା ୨୬ ଏବଂ ଶୁଭମନ ଗିଲ୍ ୨୩ ରନ୍ କରିଛନ୍ତି । ଶେଷରେ ୯ ବଲରୁ ୧୬ ରନ କରି ଅପରାଜିତ ରହିଛନ୍ତି ଫିନିଶର ରିଙ୍କୁ ସିଂହ ।

 

Get real time updates directly on you device, subscribe now.