fbpx

ଜାହାଜରେ ଛୋଟ ମାଛ ଖାଇବାକୁ ମୁଣ୍ଡ ହଲାଇ ମନାକଲା ‘ସିଲ୍’; ଭାଇରାଲ ହେଲା ଭିଡିଓ

ଓଡ଼ିଶା ଭାସ୍କର: ଆଗରୁ ଆପଣ ବିଭିନ୍ନ ପଶୁ-ପକ୍ଷୀଙ୍କୁ ନେଇ ଅନେକ ମଜାଳିଆ ଭିଡିଓ ଦେଖିଥିବେ। ହେଲେ କେବେ ସିଲ୍ ମାଛକୁ ନେଇ କିଛି ମଜାଳିଆ ଭିଡିଓ ଦେଖିନଥିବେ । ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସହ ଜଡିତ ଅନେକ ଭିଡିଓକୁ ଲେକମାନେ ଖୁବ ପସନ୍ଦ କରିଥାନ୍ତି । ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏଭଳି ଏକ ମଜାଳିଆ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିପାଇଁ ଅନେକ ଲୋକ ଏହି ଭିଡିଓକୁ ହ୍ୱାଟସଆପ ଷ୍ଟାଟସରେ ମଧ୍ୟ ପୋଷ୍ଟ କରୁଛନ୍ତି । ଏହି ଭିଡିଓ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

@TheFigen_ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି । ଟେଲିଭିଜନ ପରଦାରେ ହେଉ କି ମୋବାଇଲ, କିମ୍ବା ବୁଲାବୁଲି କରିବା ସମୟରେ ଆମେ ବିଭିନ୍ନ ପଶୁ-ପକ୍ଷୀ ଓ ସେମାନଙ୍କ ଅଚରଣ ଦେଖିଥାଉ । ପ୍ରାକୃତିକ ବାସସ୍ଥଳୀରେ ଆମେ ଯାହା କରୁଛୁ, ବଞ୍ଚିଛୁ ତାହା କରୁଥିବା ଆମେ ସେମାନଙ୍କୁ ଦେଖୁଛୁ। କିଛି ପଶୁଙ୍କ ବିଷୟରେ ଆମ ସମସ୍ତଙ୍କର କିଛି ପୂର୍ବଧାରଣା ଅଛି । ତେବେ ଅନେକ ସମୟରେ ଆମେ ଭୁଲ ପ୍ରମାଣିତ ହୋଇଥାଏ। ଆମେ ସବୁବେଳେ ଭାବନ୍ତି ସିଲ୍ ମାଛ ମାନେ ହିଂସ୍ର, ସେମାନେ ମଣିଷ ଦେଖିଲେ ଆକ୍ରମଣ କରନ୍ତି । ବାସ୍ତବରେ ଏକଥାର କୌଣସି ସତ୍ୟତା ନାହିଁ ଯେ ସିଲ୍ ମାଛ ମଣିଷ ମାନଙ୍କୁ ଦେଖିଲେ ଆକ୍ରମଣ କରବେ । ବରଂ ମଣିଷ ମାନଙ୍କ ପରି ଅଳି କରୁଛି । ଜାହାଜରେ ଛୋଟ ମାଛ ଖାଇବାକୁ ମୁଣ୍ଡ ହଲାଇ ମନାକରୁଛି। ଶେଷରେ ତାର ଅଳି ପୁରଣ କରିବାକୁ ଯାଇ ବ୍ୟକ୍ତି ଜଣକ ଛୋଟ ମାଛ ବଦଳରେ ଗୋଟେ ବଡ଼ ମାଛ ଦେଉଛନ୍ତି । ମାଛ ଖାଇ ଖୁସିରେ ପାଣିକୁ ପଳାଇ ଯାଉଛି । ତେବେ ଏହି ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି ।
https://twitter.com/TheFigen_/status/1745426582208962959

 

 

Get real time updates directly on you device, subscribe now.