fbpx

ଆପଣଙ୍କର କିଡନୀ ଖରାପ ହେଲେ ଜାଣିବେ କିପରି? ଏ କ୍ଷେତ୍ରରେ ଦେଖାଦେଇଥାଏ ୧୩ଟି ବଡ଼ ଲକ୍ଷଣ, ଆଗୁଆ ସତର୍କ ରୁହନ୍ତୁ

ମଣିଷ ପାଇଁ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶରୀରର ମଇଳା ପଦାର୍ଥକୁ ଫିଲ୍ଟର କରାଇବା ହେଉଛି ଏହାର ମୁଖ୍ୟ କାର୍ଯ୍ୟ । ତେଣୁ କିଡନୀରେ କୌଣସି ପ୍ରକାରର ସମସ୍ୟା ଦେଖାଦେଲେ ମଣିଷ ରୋଗଗ୍ରସ୍ତ ହୋଇଥାଏ । ଅନେକ ସମୟରେ କିଡନୀ ଫେଲ୍ ହେବା କାରଣରୁ ଡାୟଲିସିସ କରିବାକୁ ପଡ଼ିଥାଏ । କିଡନୀ ରୋଗର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ବହୁତ ବିଳମ୍ବରେ ଜଣାପଡ଼ିଥାଏ । ସେଥିପାଇଁ ଆମକୁ ଏ ସମ୍ବନ୍ଧୀୟ କିଛି ଜରୁରୀ ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ ।

୧- ସାଧାରଣ ଭାବେ କହିବାକୁ ଗଲେ କିଡନୀ ଆମ ଶରୀରର ତରଳ ପଦାର୍ଥକୁ ଛାଣିଥାଏ । ଯଦି କିଡନୀ ଫଙ୍କସନରେ ସାମାନ୍ୟ ସମସ୍ୟା ହୁଏ, ତେବେ ଏହାର ପ୍ରଭାବ ୟୁରିନର ରଙ୍ଗରୁ ସ୍ପଷ୍ଟ ଭାବେ ଜଣାପଡ଼ିଥାଏ । ଯଦି ଆପଣଙ୍କର ୟୁରିନର ରଙ୍ଗ ହଳଦିଆ ଦେଖାଯାଉଛି, ବାରମ୍ବାର ପରିସ୍ରା ଲାଗୁଛି ତେବେ ସଙ୍ଗେସଙ୍ଗେ ୟୁରିନକୁ ଟେଷ୍ଟ କରାଇ ନିଅନ୍ତୁ ।

୨- କିଡନୀ ସମସ୍ୟା ହେଲେ ଶରୀରରେ ଆଇରନ ସମେତ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱର ଅଭାବ ପରିଲକ୍ଷିତ ହୋଇଥାଏ । ଏଥିସହିତ ରକ୍ତରେ ଅକ୍ସିଜେନ ସ୍ତରକୁ ନିୟନ୍ତ୍ରଣରେ ରଖୁଥିବା ଲାଲ ରକ୍ତ କଣିକାର ନିର୍ମାଣ କମି ଯାଇଥାଏ । ଏହି କାରଣରୁ ଆରବିସି କମିଯାଇଥାଏ ଓ ଆମକୁ ଥକ୍କାପଣର ସାମ୍ନା କରିବାକୁ ପଡ଼ିଥାଏ ।

୩- ଦାନ୍ତ ସଫା ନ କରିବା, ପିଆଜ-ରସୁଣ ସେବନ କରିବା ଆଦି ବିଭିନ୍ନ କାରଣରୁ ମୁଖ ଦୁର୍ଗନ୍ଧ ହୋଇଥାଏ । ଏହିସବୁ ସମସ୍ୟା ପରେ ପୁଣି ଯଦି ଦୁର୍ଗନ୍ଧ ଦେଖାଦିଏ ତେବେ ଏହା କିଡନୀ ବିମାରୀର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । କିଡନୀ ଫଙ୍କସନ ଠିକ୍ ଭାବେ ନ ହେବା କାରଣରୁ ଶରୀରରେ ମଇଳା ଜମି ରହିଥାଏ । ଫଳରେ ଏହାର ପ୍ରଭାବ ଆମ ଚର୍ମ ଓ ଚେହେରା ଉପରେ ପଡ଼ିଥାଏ ।

୪- ବିଶେଷଜ୍ଞଙ୍କ ମତରେ, ତ୍ୱଚାରେ ଦେଖାଯାଉଥିବା କିଛି ଲକ୍ଷଣ କିଡନୀ ସମସ୍ୟାର କାରଣ ହୋଇପାରେ । ଯଦି ଆପଣଙ୍କ ତ୍ୱଚାରେ ରଙ୍ଗ ପରିବର୍ତ୍ତନ ହେବାର ଦେଖାଯାଏ, ତେବେ ଏହା କିଡନୀ ରୋଗର ଲକ୍ଷଣ ହୋଇପାରେ । ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବାରୁ ଏପରି ଘଟିଥାଏ ।

୫- କିଡନୀ ଖରାପ ହେବାର ଏକ ଲକ୍ଷଣ ହେଉଛି କ୍ୟାଲସିୟମ୍ ଜମା ହେବା । ବେଳେବେଳେ କିଡନୀ ରୋଗୀଙ୍କ କହୁଣୀ, ଆଣ୍ଠୁ, ଆଙ୍ଗୁଠିର ଚର୍ମ ତଳେ ଗୋଟିଏ ପ୍ରକାର ଗଣ୍ଠି ଭଳି ଦେଖାଯାଏ । କିଡନୀ ଆମ ଶରୀରରେ କିଛିଟା ମିନେରାଲ୍ସକୁ ସନ୍ତୁଳନ କରିଥାଏ । ଏହି ସନ୍ତୁଳନ ହୋଇ ନପାରିଲେ ଏହି ଲକ୍ଷଣ ଦେଖାଯାଇଥାଏ ।

୬- ପାଦ ଓ ଗୋଡ଼ ଫୁଲିବା କିଡନୀ ରୋଗର ଗୋଟିଏ ଗୋଟିଏ ଲକ୍ଷଣ । ଏଥିସହିତ ମୂତ୍ରରେ ରକ୍ତ ପଡ଼ିବା, ବାରମ୍ବାର ଜ୍ୱର ହେବା, ବାନ୍ତି ଲାଗିବା, ହାଇ ବ୍ଲେଡ ପ୍ରେସର, ନିଦ ଲାଗିବା, ଭୋକ ନ ଲାଗିବା ଆଦି ମଧ୍ୟ ଏହାର ଲକ୍ଷଣ ହୋଇପାରେ ।

୭- ଯଦି ଆପଣଙ୍କର ଶୁଷ୍କ ତ୍ୱଚା କୁଣ୍ଡାଇ ହୁଏ ତେବେ ଏହା କିଡନୀ ରୋଗର ପ୍ରାଥମିକ ଲକ୍ଷଣ ବୋଲି ରିସର୍ଚ୍ଚରୁ ପୂର୍ବରୁ ଜଣାପଡ଼ିଛି । ଏପରି ଅନୁଭବ କଲେ ଆପଣ ସଙ୍ଗେସଙ୍ଗେ ଡାକ୍ତର ସହ ସମ୍ପର୍କ କରିବାକୁ ଭୁଲନ୍ତୁ ନାହିଁ ।

Get real time updates directly on you device, subscribe now.