fbpx

(Video) ଗୋଟିଏ ଗୋଡ଼ ନାହିଁ, ଭକ୍ତି ବଳରେ ରାମ ମନ୍ଦିରକୁ ଯାତ୍ରା: ସାଇକେଲ ଚଳାଇ ଆସୁଛନ୍ତି ଭକ୍ତ ସୌମିକ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ମିଳିଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିପାରିବ ନାହିଁ । ଏହା ସତ୍ତେ୍ୱ ଶ୍ରୀରାମଙ୍କ ଜଣେ ପରମ ଭକ୍ତ ଧାଇଁ ଆସୁଛନ୍ତି ଅଯୋଧ୍ୟାକୁ । ଶରୀରର ଅକ୍ଷମତାକୁ ଭୁଲି ଯାଇ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଛୁଟି ଆସୁଛନ୍ତି ଭକ୍ତ ସୌମିକ । ଗୋଟିଏ ଗୋଡ଼ରେ ସାଇକେଲ ଚଳାଇ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ରାମଙ୍କ ଦର୍ଶନ ପାଇବା ପାଇଁ ।

ଗୋଟିଏ ଗୋଡ଼ ନାହିଁ, ହେଲେ ମନରେ ରହିଛି ଅପାର ଭକ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗରେ । ପ୍ରଭୁ ଶ୍ରୀରାମଙ୍କ ପ୍ରେମରେ ନିଜକୁ ଭୁଲି ଯାଇଥିବା ଏ ଭକ୍ତ ହେଉଛନ୍ତି ସୌମିକ ଗୋଲଦାର । ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କ ଭକ୍ତି ଆଗରେ କର୍କଟ ରୋଗ ବି ହାର ମାନିଛି । ଶରୀରର ଅକ୍ଷମତା ମଧ୍ୟ ପ୍ରଭୁଙ୍କ ଦର୍ଶନରୁ ତାଙ୍କୁ ରୋକି ପାରିଲା ନାହିଁ । କର୍କଟ ରୋଗରେ ନୀଡ଼ିତ ଥିବାରୁ ଡାକ୍ତର ଗୋଡ଼ କାଟି ଦିଆଯାଇଛି । କିନ୍ତୁ ତଥାପି ମନରୁ ଭକ୍ତି କମି ନାହିଁ । ଛୋଟ ବେଳୁ ରାମଙ୍କ ଭକ୍ତିରେ ସମ୍ପୂର୍ଣ୍ଣ ମଗ୍ନ ରହୁଥିଲେ ସୌମିକ । ତେଣୁ ପ୍ରଭୁଙ୍କ ଏଭଳି ଏକ ଅପୂର୍ବ ମୁହୂର୍ତ୍ତରେ ଶ୍ରୀରାମଙ୍କୁ ନଦେଖି କେମିତି ବା ରହି ପାରିଥାନ୍ତେ ସେ । ସେଥିପାଇଁ ଘରୁ ସାଇକେଲ ନେଇ ଗୋଟିଏ ଗୋଡ଼ରେ ଅଯୋଧ୍ୟାକୁ ଛୁଟି ଆସିଛନ୍ତି ଭଗବାନଙ୍କ ପ୍ରାଣ ପ୍ରତିଷ୍ଠାକୁ ଦେଖିବା ପାଇଁ ।

କ୍ୟାନ୍ସର ଯୋଗୁଁ ୨୦୨୨ ମସିହାରେ ତାଙ୍କର ସୌମିକଙ୍କର ଗୋଟିଏ ଗୋଡ଼ ଆଣ୍ଠୁ ତଳକୁ କାଟି ଦିଆଯାଇଛି । ଏବେ ଚାଲିବା ପାଇଁ କିମ୍ବା ଠିଆ ହେବା ପାଇଁ ତାଙ୍କର ସାହାରା ସାଜିଛି ଆଶାବାଡ଼ି । କିନ୍ତୁ ଯାହାଙ୍କର ମନଠାରୁ ପ୍ରାଣ ସବୁଠିି ପ୍ରଭୁ ଶ୍ରୀରାମ ଅଛନ୍ତି, ତାଙ୍କୁ ଆଉ କାହା ସାହାରାର ଆବଶ୍ୟକତା କ’ଣ ଅଛି? ଶ୍ରୀରାମଙ୍କ ନାମ ନେଇ ସୌମିକ ଘରୁ ସାଇକେଲ ଧରି ଅଯୋଧ୍ୟା ବାହାରି ଆସିଛନ୍ତି । ଆଶାବାଡ଼ି ବିନା ଠିଆ ହେବାକୁ ଅକ୍ଷମ ଥିବା ସୌମିକ ଆଜି ପଶ୍ଚିମ ବଙ୍ଗରୁ ଅଯୋଧ୍ୟାକୁ ସାଇକେଲ ଯୋଗେ ଛୁଟି ଆସୁଛନ୍ତି । କେକବଳ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଅଦ୍ଭୁତ ଦର୍ଶନ କରିବା ପାଇଁ । ଅଯୋଧ୍ୟାରେ ପହଞ୍ଚି ଶ୍ରୀରାମ ମନ୍ଦିରକୁ ଯାଇ ସେ ରାମଲଲାଙ୍କୁ ଦର୍ଶନ କରିବେ ଭକ୍ତ ସୌମିକ ।

Get real time updates directly on you device, subscribe now.