fbpx
BSKY SKY
BSKY SKY

ବଢ଼ିଲା ଭାରତୀୟ ପାସପୋର୍ଟର ଶକ୍ତି: ମାଳଦ୍ୱୀପ ସମେତ ୬୨ଟି ଦେଶକୁ ବିନା ଭିସାରେ ଯାଇପାରିବେ ଭାରତୀୟ ନାଗରିକ, ଦେଖନ୍ତୁ ଲିଷ୍ଟ

BSKY

ନୂଆଦିଲ୍ଲୀ: ଭାରତୀୟ ନାଗରିକମାନେ ମାଳଦ୍ୱୀପ ସମେତ ବିଶ୍ୱର ୬୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ଭାରତୀୟ ପାସପୋର୍ଟର ଶକ୍ତି ବୃଦ୍ଧି ପାଇଛି । ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ନିମ୍ନ ଆଡ଼ୁ ଚତୁର୍ଥ ସ୍ଥାନରେ ଓ ଆଫଗାନିସ୍ତାନ ସବୁଠାରୁ ତଳେ ରହିଛି । ବିଶ୍ୱର ଟପ୍ ୬ଟି ଦେଶ ୧୯୪ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ ।

ଏହି ଲିଷ୍ଟରେ ଆଫଗାନିସ୍ତାନ ସବୁଠାରୁ ତଳେ ରହିଥିବା ବେଳେ ଦେଶର ନାଗରିକମାନେ ମାତ୍ର ୨୮ଟି ଦେଶକୁ ବିନା ଭିସାରେ ଯାଇ ପାରିବେ । ଏଥିସହିତ ସିରିଆର ନାଗରିକମାନେ ୨୯ଟି ଓ ଇରାକର ନାଗରିକମାନେ ୩୧ଟି ଦେଶକୁ ବିନା ଭିସାରେ ଯାଇ ପାରିବେ । ତଳଆଡ଼ୁ ୪ର୍ଥ ସ୍ଥାନରେ ରହିଥିବା ପାକିସ୍ତାନର ଲୋକମାନେ ୩୪ଟି ଦେଶକୁ ବିନା ଭିସାରେ ପ୍ରବେଶ କରିପାରିବେ ।

ବିଶ୍ୱର ୧୦ଟି ସବୁଠାରୁ ଖରାପ ରାଙ୍କିଂ ଥିବା ଦେଶଗୁଡ଼ିକ ମଧ୍ୟରେ ନେପାଳ, ପାଲେଷ୍ଟାଇନ, ସୋମାଲିଆ, ଯମନ, ଇରାକ, ସିରିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ଲିବିଆ ରହିଛନ୍ତି । ତେବେ ଭାରତୀୟମାନେ ଆଙ୍ଗୋଲା, ବାର୍ବାଡୋସ, ଭୂଟାନ, ବଲିଭିଆ, ବ୍ରିଟିଶ ଭିର୍ଜିନ ଦ୍ୱୀପ, ବୁରୁଣ୍ଡି, କଲମ୍ବିଆ, କେପ ଭର୍ଦେ ଦ୍ୱୀପ, କମ୍ରୋ ଦ୍ୱୀପ, କୁକ ଦବୀପ, ଡିଜିବୋଉତି, ଡୋମିନିକି ଆଦି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ପର୍ଯ୍ୟଟକ କ୍ଷେତ୍ରରେ ସଉକ ରଖୁଥିବା ସମସ୍ତ ଭାରତୀୟଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ ଖୁସି ଖବର ।

Get real time updates directly on you device, subscribe now.