fbpx

କୋଭିଡ ଟିକାକରଣ ପାଇଁ ୧୨ କନେଷ୍ଟବଳ ଆଶାୟୀଙ୍କ ମୃତ୍ୟୁ: ହେମନ୍ତ

ରାଞ୍ଚି: କୋଭିଡ ୧୯ ଟିକାକରଣ ଉପରେ ପ୍ରଶ୍ନ କଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଟିକାର ପାଶ୍ୱର୍ ପ୍ରତିକ୍ରିୟାରୁ ୧୨ ପୋଲିସ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ନେଇ କହି କେନ୍ଦ୍ରକୁ କଲେ ଟାର୍ଗେଟ । ଏମିତି ଏକ ଘଟଣା ପାଇଁ କେନ୍ଦ୍ର ଦାୟୀ ବୋଲି ଅଭିଯୋଗ କରିଛନ୍ତି ସୋରେନ ।
ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା । ଫିଜିକାଲ ଫିଟନେସ ଟେଷ୍ଟ ଦେଉଥିବା ବେଳେ ୧୨ ଜଣ ଆଶାୟୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା ଓ ସରକାରକୁ ରାଜ୍ୟବାସୀ କାଠଗଡାକୁ ଟାଣିଥିଲେ । କିନ୍ତୁ ବେଶ ଚାଲିକିର ସହ ସବୁ ଦୋଷ ସୋରେନ ମୋଦି ସରକାର ମୁଣ୍ଡରେ ଥୋପି ଦେଇଛନ୍ତି ।
ଏକ କାର୍ଯ୍ୟକ୍ରମରେ ସୋରେନ ନିଜ ଅଭିଭାଷଣରେ କହିଛନ୍ତି କି, କୋଭିଡ ଟିକା ହେଉଛି ଏହି ପରୀକ୍ଷାର୍ଥୀମାନଙ୍କ ଅଚାନକ ମୃତ୍ୟୁର କାରଣ । କୋଭିଡ ମୁକାବିଲା ପାଇଁ ଦିଆଯାଇଥିବା ଟିକାର ପାଶ୍ୱର୍ ପ୍ରତିକ୍ରିୟା ପାଇଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଶାରୀରିକ ପରୀକ୍ଷା ପାଇଁ ନୁହେଁ । ଟିକା ନେବା ପରଠାରୁ ଏମିତି ବହୁ ଲୋକଙ୍କ ଅଚାନକ ମୃତ୍ୟୁ ପରି ଘଟଣା ଦେଖିବାକୁ ମିଳୁଛି ବୋଲି ଯୁକ୍ତି ବାଢିଛନ୍ତି ସୋରେନ ।
ଏଠାରେ କହି ରଖୁ କି, ଏହି ପରୀକ୍ଷାରେ ୫୮୩ ପଦବୀ ପୂରଣର ଲକ୍ଷ୍ୟ ରଖାଯାଇଛି । ଅଗଷ୍ଟ ୨୨ ତାରିଖରେ ଝାରଖଣ୍ଡରେ କନେଷ୍ଟବଳ ନିଯୁକ୍ତି ପାଇଁ ଫିଜିକାଲ ଫିଟନେସ ପରୀକ୍ଷା ହେଉଥିଲା । ତେବେ ପରୀକ୍ଷା ଚାଲିଥିବା ବେଳେ ୧୨ ଜଣ ଆଶାୟୀ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ବୃଦ୍ଧି ପାଇ ୧୫ ହୋଇଥିବା ବିଜେପି କହୁଛି ।
ଏହି ଘଟଣାକୁ ନେଇ ରାଜ୍ୟରେ ସରକାରୀ ହାୱା ବହୁଛି । ପ୍ରତି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଲେଖା ଅନୁକମ୍ପା ରାଶି ଦାବି ଜୋର ଧରିଛି । ଏପରି ସମୟରେ ପରୀକ୍ଷାରେ ହୋଇଥିବା ଭୁଲ ଚୁକର ସମୀକ୍ଷ ନ କରି ସୋରେନ କେନ୍ଦ୍ରର କୋଭିଡ ଟିକାକରଣ ଉପରେ ଉଠାଇଛନ୍ତି ପ୍ରଶ୍ନ ।

Get real time updates directly on you device, subscribe now.