fbpx

ପୃଥିବୀକୁ ମାଡି ଆସୁଛି 24 ବର୍ଷ ପୁରୁଣା ସାଟେଲାଇଟ୍, ସାଜିପାରେ ଜ୍ବାଳାମୁଖୀ

After 24 years in orbit, ESAs Salsa Satellite will return to Earth

ନୂଆଦିଲ୍ଲୀ: ପୃଥିବୀକୁ ମାଡି ଆସୁଛି 24 ବର୍ଷ ପୁରୁଣା ସାଟେଲାଇଟ୍ । 24 ବର୍ଷ ଧରି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଅଧ୍ୟୟନ କରିବା ପରେ ୟୁରୋପୀୟ ସ୍ପେସ୍ ଏଜେନ୍ସିର ଏକ ସାଟେସଲାଇଟ ରବିବାର ଦିନ ବାୟୁମଣ୍ଡଳରେ ପୁନଃପ୍ରବେଶ କରିବ । ଏହାକୁ ଧ୍ବସଂ କରିବା ପାଇଁ ପୃଥିବୀକୁ ଅଣାଯାଉଛି ।

ତଥ୍ୟ ଅନୁଯାୟୀ, ଏଜେନ୍ସି ଏହାକୁ ନିୟନ୍ତ୍ରିତ ଢଙ୍ଗରେ ଓହ୍ଲାଇବ । ଫଳରେ ଏହା ଅଧା ଜଳିଯିବା ସହିତ ଅବଶିଷ୍ଟ ଅଂଶ ପ୍ରଶାନ୍ତ ମହାସାଗରରେ ପଡିବ । ସ୍ପେସ୍ ଆବର୍ଜନା ହ୍ରାସ କରିବା ପାଇଁ ସ୍ପେସ୍ ଏଜେନ୍ସି ଏହାକୁ ନଷ୍ଟ କରୁଥିବା କୁହାଯାଇଛି ।

2000ରେ ଲଞ୍ଚ କରାଯାଇଥିଲା- ସାଲସା ନାମକ ଏହି ଉପଗ୍ରହ 2000 ମସିହାରେ ଉତକ୍ଷେପଣ କରାଯାଇଥିଲା ।  ଚୁମ୍ବକୀୟ ମହାକାଶରେ ତଥ୍ୟ ସଂଗ୍ରହ କରିବା ପାଇଁ ଏହାକୁ ଲଞ୍ଚ କରାଯାଇଥିଲା । ଏହା ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଅଟେ, ଯାହା ପୃଥିବୀକୁ ସୌର ପବନରୁ ରକ୍ଷା କରିଥାଏ ।

ESA(ୟୁରୋପିଆନ ସ୍ପେସ ଏଜେନ୍ସି) ଅନୁଯାୟୀ, ପ୍ରଥମ ଥର ପାଇଁ ଏକ ଉପଗ୍ରହକୁ ପୁନଃ ଫେରସ୍ତ କରି ଅଣାଯାଉଛି । ଏହା ଏକ ନିର୍ଦ୍ଦିଷ୍ଟ ସମୟ ଏବଂ ଅବସ୍ଥାନରେ ପୃଥିବୀରେ ଖସିବ । କିନ୍ତୁ ଏହା ବାୟୁମଣ୍ଡଳରେ ପୁନଃ ପ୍ରବେଶ ସମୟରେ ଏହାକୁ ନିୟନ୍ତ୍ରିତ କରାଯାଇ ପାରିବ ନାହିଁ । ସାଟେଲାଇଟକୁ ନଷ୍ଟ କରିବା ପାଇଁ ଟିମ୍ ପୂର୍ବରୁ 500 କିଲୋଗ୍ରାମର ସାଟେଲାଇଟ ସହିତ ଅଭ୍ୟାସ କରିଛନ୍ତି । ତେଣୁ ଏହି ସାଟେଲାଇଟ ମଧ୍ୟ ପୃଥିବୀକୁ ଆସିବା କ୍ଷଣି ନଷ୍ଟ କରିବା ନେଇ ଯୋଜନା କରାଯାଇଛି ।

Get real time updates directly on you device, subscribe now.