fbpx
BJD SKY
BJD SKY

ସରିଲା ଦୁଇ ଦିନିଆ ଗସ୍ତ, ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ

BJD

ଭୂବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ନୁଆଦିଲ୍ଲୀ ଫେରିଛନ୍ତି । ଫେବୃୟାରୀ ୧୦ରୁ ଅର୍ଥାତ୍ ଶନିବାରରୁ ଆଜି ରବିବାର ୧୧ ତାରିଖ ପର୍ଯ୍ୟନ୍ତ ସେ ଓଡିଶା ଗସ୍ତରେ ଥିଲେ। ଫେବୃୟାରୀ ୧୦ରେ ରାଷ୍ଟ୍ରପତି ପ୍ରଥମେ ଭୁବନେଶ୍ୱର ଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇଥିଲେ।

ପରେ ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଆଜି ସକାଳୂ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦରରେ ପୂଜା ଅର୍ଚ୍ଚନା କରି କଟକ ସ୍ଥିତ ଆଇସିଏଆର- ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ ।

Get real time updates directly on you device, subscribe now.