ପୁଣି ଓଡ଼ିଶାକୁ ଟାର୍ଗେଟ୍: ଭୁବନେଶ୍ୱର ପରେ ଝାରସୁଗୁଡ଼ା ଏୟାରପୋର୍ଟରେ ବୋମା ଆତଙ୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’କୁ ନେଇ ସାରା ରାଜ୍ୟବାସୀ ବିବ୍ରତ ଅବସ୍ଥାରେ ରହିଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । ଭୁବନେଶ୍ୱର ବିମାନବନ୍ଦରରେ ବୋମାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ଏବେ ରାଜ୍ୟର ଆଉ ଏକ ବିମାନମନ୍ଦର ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଝାରସୁଗୁଡ଼ା ବିମାନବନ୍ଦରରେ ମଧ୍ୟ ବୋମା ଆତଙ୍କ ଦେଖିବାକୁ ମିଳିଛି । ଭୁବନେଶ୍ୱର ବିମାନବନ୍ଦରରେ ବୋମା ଥିବା ନେଇ ପ୍ରଥମେ ଏକ ଧମପୂର୍ଣ୍ଣ କଲା ଆସିଥିବା ବେଳେ ଏବେ ଝାରସୁଗୁଡ଼ା ବିମାନବନ୍ଦର ପାଇଁ ସମାନ ପରିସ୍ଥିତି ସୃଷ୍ଟି ହୋଇଛି ।

ଭୁବନେଶ୍ୱର ବିମାନବନ୍ଦରକୁ ଧମକପୂର୍ଣ୍ଣ କଲ ଆସିବା ପରେ ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା । ନିୟମାନୁସାରେ ବିମାନବନ୍ଦରରେ ବୋମା ନିଷ୍କ୍ରିୟ କରାଯିବା ପାଇଁ ପଦକ୍ଷେପ ନିଆଯିବା ସହ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଥିଲେ । ଭୁବନେଶ୍ୱର ବିମାନବନ୍ଦର ପରି ଝାରସୁଗୁଡ଼ାରେ ମଧ୍ୟ ବୋମା ଗୁଜବ ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଓଡ଼ିଶା ବ୍ୟତୀତ ବିଭିନ୍ନ ରାଜ୍ୟର ବିମାନବନ୍ଦରଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା । ବିଭିନ୍ନ ବିମାନବନ୍ଦରରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଏକକାଳୀନ ୮୫ଟି ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବା ପାଇଁ ଧମକ ମିଳିଥିବା ଏକ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଥିଲା । ୨୦ଟି ଏୟାର ଇଣ୍ଡିଆ, ୨୦ଟି ଇଣ୍ଡିୋ, ୨୦ଟି ଭିସ୍ତାରା, ୨୫ଟି ଆକାଶ ବିମାନ ସେଥିରେ ସାମିଲ ଥିବା ଜଣାପଡ଼ିଥିଲା । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଧମକ ଆସିଥିଲା ।