ନୂଆଦିଲ୍ଲୀ: କରୋନା ପରେ ବର୍ତ୍ତମାନ H3N2 ଭାଇରସ ନିଜର କାୟା ବିସ୍ତାର କରିସାରିଲାଣି । ବର୍ତ୍ତମାନ H3N2 ଭାଇରସ ସଂକ୍ରମଣରେ ଜଣେ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ମୃତ ଜଣକ କର୍ଣ୍ଣାଟକ ହାସନର ଜଣେ ମହିଳା ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ବର୍ତ୍ତମାନ କରୋନା ପରେ H3N2 ଭାଇରସ ସଂକ୍ରମଣ ଖୁବ ଜୋରରେ ବଢିବାରେ ଲାଗିଛି । H3N2 ଭାଇରସ ଜନିତ କାରଣରୁ ଦେଶରେ ଜଣେ ମହିଳାଙ୍କ ମୃତ୍ୟୁ ଚିହ୍ନଟ କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, କର୍ଣ୍ଣାଟକ ହାସନରେ ଜଣେ ମହିଳାଙ୍କ ମୃତ୍ୟୁ H3N2 ଭାଇରସ କାରଣରୁ ହୋଇଛି । ବର୍ତ୍ତମାନ ରୋଗୀର ସଂପର୍କରେ କୌଣସି ସୂଚନା ମିଳିନାହିଁ ।
H3N2 ଇନଫ୍ଲୁଏଞ୍ଜାର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି । ଇନଫ୍ଲ୍ୟୁଏଞ୍ଜାର ଏହି ମାମଲା ଏହି ପରିସ୍ଥିତିରେ ଆସିଛି ଯାହା ୩ବର୍ଷ ପୂର୍ବରୁ ଦେଶ କରୋନା ମହାମାରୀରେ ଦେଇ ଅତିକ୍ରମ କରୁଥିଲା । ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ, ଅଧିକାଂଶ ରୋଗୀଙ୍କ ପାଖେ ସମାନ ଲକ୍ଷଣ ଦେଖାଯାଉଛି । ଯେପରିକି କାଶ, ଗଳା ଦରଜ ହେବା, ଶରୀରରେ କଷ୍ଟ ଅନୁଭୂତ ହୋଇ ବିନ୍ଧା ହେବା ଏବଂ ନାକରୁ ପାଣି ଆସିବା ।