fbpx

(Video)କରୋନା ପରେ କାୟା ମେଲଉଛି ଏହି ଜୀବାଣୁ… ହୁ ହୁ ହେଇ ବଢୁଛି ସଂକ୍ରମିତ ସଂଖ୍ୟା.. ଅଚଳ ହେଇ ଯାଉଛି ଅଙ୍ଗପ୍ରତ୍ୟଙ୍ଗ

Advertisement

ନୂଆଦିଲ୍ଲୀ: କାୟା ବିସ୍ତାର କରି ଡରେଇବା ଆରମ୍ଭ କରିଛି ଗୋଟିଏ ବିରଳ ମାଂସ ଖିଆ ଜୀବାଣୁ। ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ ମାତ୍ର ୪୮ ଘଣ୍ଟା ଭିତରେ ମଣିଷର ଜୀବନ ନେଇ ଯାଉଛି। ବର୍ତ୍ତମାନ ଜାପାନରେ ଏହି ଜୀବାଣୁ ହୁ ହୁ ହେଇ ବ୍ୟାପିବା ଆରମ୍ଭ କରିଛି।କୋଭିଡ କୁ ମତ ଦେଲା ପରେ  ଜାପାନ ସରକାର କୋଭିଡ-୧୯ କଟକଣା ହଟାଇ ଦେବା ପରେ ଏବେ ମାଂସ ଖିଆ ଜୀବାଣୁ ଜନିତ ରୋଗ ଦ୍ରୁତ ବେଗରେ ବ୍ୟାପିବା ଆରମ୍ଭ ହୋଇଯାଇଛି।

୧୯୯୯ ମସିହାରରୁ ଏହାକୁ ଟ୍ରାକ କରୁଥିବା ସଂକ୍ରମଣ ରୋଗର ଜାତୀୟ ପ୍ରତିଷ୍ଠାନ କହିଛି ଯେ ଚଳିତ ବର୍ଷ ଜୁନ ୨ ତାରିଖ ସୁଦ୍ଧା ଏହି ରୋଗୀଙ୍କ ସଂଖ୍ୟା ବଢି ବଢି  ୯୭୭ରେ ପହଞ୍ଚିଛି। ଏହା ଗତବର୍ଷ ରିପୋର୍ଟ ହୋଇଥିବା ୯୪୧ଟି ମାମଲା ଠାରୁ ବେଶ  ଅଧିକ। ଏହି ମାଂସଖିଆ ଜୀବାଣୁ ଯୋଗୁ ସାଧାରଣତଃ ଶରୀର ଫୁଲିଯାଏ  ଓ ଗଳାରେ ସମସ୍ୟା ହୁଏ। ପିଲାମାନଙ୍କ ଗଳାରେ ଘା ମଧ୍ୟ ଏହି ଜୀବାଣୁ ଯୋଗୁଁ ହୋଇଥାଏ। ତେବେ କେତେକ ଜୀବାଣୁ କ୍ଷେତ୍ରରେ ଲକ୍ଷଣ ଦ୍ରୁତଗତିରେ ମାଡ଼ି ଯିବାର ମଧ୍ୟ ନଜିର ରହିଛି।

ଏହାର ଲକ୍ଷଣ ଗୁଡ଼ିକ ହେଲା ଶରୀରରେ ଯନ୍ତ୍ରଣା, ଫୁଲା, ଜ୍ୱର ଓ ନିମ୍ନ ରକ୍ତଚାପ। ଜୀବାଣୁ ଶରୀର ରେ ବଢି ବଢି ଗଲେ  ଶ୍ୱାସକ୍ରିୟାରେ ସମସ୍ୟା ହେବାସହ ଅଙ୍ଗପ୍ରତ୍ୟେଙ୍ଗ ଅଚଳ ଓ ରୋଗୀର ମୃତ୍ୟୁ ହେବାର ଆଶଙ୍କା ରହିଛି। ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ପ୍ରାୟତଃ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି ବୋଲି ସୂଚନା ରହିଛି। ଟୋକିଓ ମହିଳା ମେଡିକାଲ ୟୁନିଭରସିଟିର ସଂକ୍ରାମକ ରୋଗର ପ୍ରଫେସର କେନ୍ କିକୁଚି କହିଛନ୍ତି, ଏହି ଜୀବାଣୁ ଦ୍ୱାରା ଅଧିକାଂଶ ମୃତ୍ୟୁ ୪୮ ଘଣ୍ଟା ଭିତରେ ହେଇ ଥାଏ।

ଯଦି ଜଣେ ରୋଗୀ ସକାଳେ ପାଦରେ ଫୁଲା ଦେଖୁଛନ୍ତି, ତା’ହେଲେ ମଧ୍ୟାହ୍ନ  ସୁଦ୍ଧା ଏହା ଆଣ୍ଠୁ ଯାଏ ମାଡ଼ି ଯାଇ ପରେ। ଏମିତି ପୁରା ଦେହ ସାରା ମାଡି ମାଡି ଶେଷରେ ଆକ୍ରାନ୍ତ  ୪୮ ଘଣ୍ଟା ମଧ୍ୟରେ ପ୍ରାଣ ମଧ୍ୟ ହରାଇ ପାରନ୍ତି ବୋଲି ସେ କହିଛନ୍ତି।୨୦୨୨ର ଶେଷ ଭାଗରେ ୫ଟି ୟୁରୋପୀୟ ଦେଶ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଗ୍ରୁପ ଏ ଷ୍ଟ୍ରେପଟୋକୋକସ୍ (IGAS) ରୋଗର ବୃଦ୍ଧି ସମ୍ପର୍କରେ ରିପୋର୍ଟ କରିଥିଲେ। ଏହା ମଧ୍ୟରେ ଏହି ବିରଳ ରୋଗ ରହିଥିଲା।

କୋଭିଡ ପ୍ରତିବନ୍ଧକ ପ୍ରତ୍ୟାହାର ହେବା ପରେ ଏହି ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।ବର୍ତ୍ତମାନର ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଲେ ଜାପାନରେ ଚଳିତ ବର୍ଷ ରୋଗୀଙ୍କ ସଂଖ୍ୟା ୨୫ଶହରେ ପହଞ୍ଚିପାରେ। ସେହିପରି ରୋଗୀଙ୍କ  ମୃତ୍ୟୁହାର ୩୦% ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଯଦି ଏହି ରୋଗ ର କୌଣସି ନିରାକରଣ ନ କରାଯାଏ ତେବେ ମହାମାରୀ କୋଭିଡ ପରି ଏହା ପୁରା ବିଶ୍ୱରେ ଭୟାବହ ତାଣ୍ଡବ ମଚେଇବ ବୋଲି କହୁଛନ୍ତି ବିଶେଷଜ୍ଞ।

Get real time updates directly on you device, subscribe now.