fbpx

ଓମିକ୍ରନ ଓ ଡେଲ୍ଟା ପରେ ଆସିଲା କରୋନାର ନୂଆ ଭାରିଆଣ୍ଟ Deltacron, ଏହି ଦେଶରେ ପ୍ରଥମ ମାମଲା

ନୂଆଦିଲ୍ଲୀ: କରୋନା ମହାମାରୀର ଗୋଟିଏ ପରେ ଗୋଟିଏ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି । ଡେଲ୍ଟା ଓ ଓମିକ୍ରନ ପରେ ଏବେ ନୂଆ ଭାରିଆଣ୍ଟ ଡେଲ୍ଟାକ୍ରନ ଆସିଛି । ଏହା ଡେଲ୍ଟା ଓ ଓମିକ୍ରନରୁ ମିଳିତ ଭାବେ ହୋଇଥିବା ଏକ ହାଇବ୍ରିଡ ଷ୍ଟ୍ରେନ୍ । ବ୍ରିଟେନରୁ ଡେଲ୍ଟାକ୍ରନର କିଛି ମାମଲା ସାମ୍ନାକୁ ଆସିଛି, ଯାହାକି ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଲୋକମାନେ ପୁଣିଥରେ ଚିନ୍ତାରେ ପଡିଛନ୍ତି । ତେବେ ବ୍ରିଟେନର ହେଲଥ୍ ସିକ୍ୟୁରିଟି ଏଜେନ୍ସିର କହିବା ମୁତାବକ, ଏବେ ସେମାନେ ଡେଲ୍ଟାକ୍ରନକୁ ନେଇ ଚିନ୍ତିତ ନାହାନ୍ତି, କାରଣ ଏହାର ମାମଲା କମ୍ ରହିଛି ।

ବ୍ରିଟେନରୁ ଆସୁଥିବା ଏହି ଡେଲ୍ଟାକ୍ରନ ମାମଲାରେ ମିଳିଥିବା ସୂଚନା ଅନୁସାରେ, କରୋନାର ନୂଆ ଭାରିଆଣ୍ଟ କେତେ ସଂକ୍ରାମ ବା ଗମ୍ଭୀର, ତାହା ୟୁକେଏଚଏସଏର ବିଶେଷଜ୍ଞମାନେ ବି ଜାଣନ୍ତି ନାହିଁ । ଏହାର ଲକ୍ଷଣ କ’ଣ ଓ ଏହା ବିରୋଧରେ ଟିକା କେତେ ପ୍ରଭାବଶାଳୀ, ତାହା ମଧ୍ୟ ସେମାନେ ଜାଣନ୍ତି ନାହିଁ । ଲୋକଙ୍କ ଶରୀରରେ ଡେଲଟା ଓ ଓମିକ୍ରନ ବିରୋଧରେ ଆଣ୍ଟିବଡ଼ି ଥିବାରୁ ଏହା ଅଧିକ ଅଧିକ ବିପଦ ସୃଷ୍ଟି କରିପାରିବ ନାହିଁ ବୋଲି ପ୍ରଫେସର ପଲ୍ ହଣ୍ଟର କହିଛନ୍ତି ।

Get real time updates directly on you device, subscribe now.