fbpx

କଂଗ୍ରେସ ସହ ପିକେଙ୍କର ବଢ଼ିଲା ଅଡ଼ୁଆ, ବିଜେପିକୁ ଖୁସି କରିବାକୁ ଏହା ଏକ ଚାଲ୍ ଥିଲା କି?

Advertisement

ନୂଆଦିଲ୍ଲୀ: ଗତ କିଛିଦିନ ପୂର୍ବରୁ ରାଜନୀତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର କଂଗ୍ରେସର ଖୁବ୍ ନିକଟତର ହେବାରେ ଲାଗିଥିଲେ । ଏପରିକି ପ୍ରଶାନ୍ତ କଂଗ୍ରେସରେ ମିଶିବା ନେଇ ବହୁବାର ଆଲୋଚନା ହେଉଥିଲା । ହେଲେ ଅଚାନକ କ’ଣ ଏପରି ଘଟିଲା ଯେ ପ୍ରଶାନ୍ତ କଂଗ୍ରେସକୁ ସମାଲୋଚନା କରି ବିଜେପିକୁ ପ୍ରଶଂସା କରିବାକୁ ପଛେଇଲେ ନାହିଁ । ଗୋଆର ଏକ କାର୍ଯ୍ୟକ୍ରମରେ ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କ ଉପରକୁ ବାଣ ଫୋପାଡ଼ିଥିଲେ । ଫଳରେ ପ୍ରଶାନ୍ତଙ୍କୁ ନେଇ କଂଗ୍ରେସ ଶିବିରରେ ଏକପ୍ରକାର ଗରମ ମାହୋଲ ସୃଷ୍ଟି ହୋଇଥିବା ବେଳେ ତାଙ୍କର ଏହି ସର୍ବପୂରାତନ ଦଳକୁ ଫେରିବାର ସମସ୍ତ ବାଟ ଏକପ୍ରକାର ବନ୍ଦ ହୋଇଯାଇଛି ।

ଏକ ଭାଇରଲ୍ ଭିଡିଓରୁ ଜଣାପଡ଼ିଥିଲା ଯେ, ଆଗାମୀ କିଛି ବର୍ଷ ପାଇଁ ଭାଜପା ଭାରତୀୟ ରାଜନୀତିରେ କ୍ଷମତାରେ ରହିବା ନେଇ ପ୍ରଶାନ୍ତ ବୟାନ ଦେଇଥିଲେ । ଫଳରେ ପ୍ରଶାନ୍ତଙ୍କୁ ଅନେକ କଂଗ୍ରେସ ନେତା ପାଲଟା ୱାର କରିବାକୁ ପଛାଇ ନଥିଲେ । ଗତ ୨୦୧୭ ଉତ୍ତର ପ୍ରଦେଶ ନିର୍ବାଚନ ସମୟରେ କଂଗ୍ରେସ ପିକେଙ୍କର ସହାୟତା ନେଇଥିଲା, ମାତ୍ର ନିର୍ବାଚନରେ ସେ କିଛି କମାଲ୍ କରିପାରିନଥିଲେ । ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମମତା ବାନାର୍ଜୀଙ୍କ ପାଇଁ ଗୁଡ୍ ଷ୍ଟ୍ରାଟେଜି ଆପ୍ଲାଏ କରିଥିଲେ । କଂଗ୍ରେସ ପାଇଁ ପିକେ ଗୁଡ୍ ଲକ୍ ସାବ୍ୟସ୍ତ ହୋଇନଥିବା ଏବେ ଚାରିଆଡ଼େ ଆଲୋଚନା ହେଉଛି । ନିକଟରେ ପ୍ରଶାନ୍ତ ଦିଦିଙ୍କ ସହ ମିଶି ଦିଲ୍ଲୀରେ ଅନ୍ୟ ଦଳର ନେତାଙ୍କୁ ସାକ୍ଷାତ କରି ଏକ ବିପକ୍ଷ ମହାମେଣ୍ଟ ଗଠନ ପାଇଁ ପ୍ରୟାସ କରିଥିଲେ । ମାତ୍ର ତାହା ଏବେ ଫସର ଫାଟିଯାଇଥିବା ଜଣାପଡ଼ିଛି । ତେବେ ପ୍ରଶାନ୍ତ କଂଗ୍ରେସରେ ଯୋଗଦେବା ଏକପ୍ରକାର ଫାଇନାଲ ହୋଇ ଅଧାରେ ଅଟକି ରହିଥିଲା । କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସେ ବିଜେପିକୁ ଅଧିକ ପ୍ରଶଂସା କରି କଂଗ୍ରେସକୁ ନିଶାଣ କରୁଥିବାରୁ ଏଥିରୁ ତାଙ୍କର ଗେରୁଆ ପ୍ରୀତି ପରିଲକ୍ଷିତ ହେଉଛି । ପୂର୍ବରୁ ସେ କୌଣସି ରାଜନୈତିକ ଦଳ ପାଇଁ କାର୍ଯ୍ୟ କରିବେ ନାହିଁ ବୋଲି ଘୋଷଣା କରିସାରିଥିଲେ । ତେବେ ଆଗକୁ ସେ ଭାଜପାକୁ ଯିବେ ନା ଆଉ କୁଆଡ଼େ ଯିବେ, ତାହା ସମୟ ଆସିଲେ ହିଁ ସ୍ପଷ୍ଟ ହେବ ।

Get real time updates directly on you device, subscribe now.