fbpx

(Video) ରସୁଣ ପରେ ପରେ ଏବେ ଅଦା ବି ଦେଲାଣି ଟେନସନ୍; ଚିକେନ୍ କିଲୋ ଯେତିକି ନୁହେଁ, ଅଦା…

ଭୁବନେଶ୍ୱର: ଅଦା ଖାଇଲେ ନାହିଁ ଛୁଇଁଲେ ଏବେ ରାଗ, ଅଦାକୁ ଦେଖିଲେ ବହୁଛି ଲୁହ। ରସୁଣ ପରେ ପରେ ଏବେ ଅଦା ବି ଟେନସନ ବଢାଇ ଦେଇଛି। କେତେବେଳେ ରସୁଣ ତ କେତେ ବେଳେ ଆଦା ଖାଉଟିଙ୍କ ପକେଟକୁ ଭାରି ବାଧୁଛି। ଚିକେନ୍ କିଲୋ ଯେତିକି ନୁହେଁ, ଅଦା ରସୁଣର ଦାମ ତାଠୁ ଅଧିକ । ଅଦା ରସୁଣକୁ ରୋଷେଇ ଘରକୁ ନେବାପାଇଁ ଏବେ ଡର ମାଡୁଛି। ଏବେ ଅଦା ଦର ଯାହା ହେଲାଣି ଖାଉଟି ଅଦା କିଣିବାକୁ ୧୦୦ଥର ଚିନ୍ତା କରୁଛନ୍ତି। ୪୦ରୁ ୫୦ଟଙ୍କାରେ ମିଳୁଥିବା ଅଦା ଏତେ ରେଟ୍ ହେବ କେହି କେବେ ଭାବି ନଥିଲେ।

ଅଦା କିଲୋ ଏବେ ୪୦୦ ଛୁଇଁଲାଣି। ୪୦ରୁ ୫୦ ଟଙ୍କା ବଦଳରେ ଅଦା ଦର ରହିଛି ୩ ଶହରୁ ୩୫୦ଟଙ୍କା। କେଉଁଠି ୩୦୦ରେ ମିଳୁଛି ତ କେଉଁଠି ୪୦୦ଟଙ୍କାରେ। ଗ୍ରାହକଙ୍କୁ ଏବେ ଅଦା ଚିନ୍ତା। ଅଦା ଦର ହୋଇଛି ଆକାଶ ଛୁଆଁ। ଅଦାକୁ ଦେଖିଲେ ହିଁ ଭୟ ଲାଗୁଛି। ଅଦାର ଦର ବଜାରରେ ହୁ ହୁ ହୋଇ ବଢ଼ିଚାଲିଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସାଧାରଣତଃ ଉଭୟ ଆମିଷ ଏବଂ ନିରାମିଷ ରୋଷେଇ ବେଳେ ଅଦାର ଆବଶ୍ୟକତା ରହିଥାଏ। ହେଲେ ଅଦା ଦରରେ ଅହେତୁକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି।

ଆଉ କେହି ଅଦା ଖାଇବେନି କହିଲେଣି। ବ୍ୟବସାୟୀଙ୍କ କହିବା କଥା ସାଧାରଣତଃ ଓଡ଼ିଶା ବଜାରକୁ ଅଦା କୋରାପୁଟ ଏବଂ ରାଞ୍ଚି ମଣ୍ଡିରୁ ଆସିଥାଏ। ତେବେ ଚଳିତ ବର୍ଷ ଅଦା ପ୍ରଚୁର ପରିମାଣରେ ଆସୁନଥିବାରୁ ରେଟ ଉଚ୍ଚା ଥିବା କହିଛନ୍ତି। ଯେହେତୁ ଅଦା ଉଚ୍ଚା ଦରରେ କ୍ରୟ ହେଉଛି ତେଣୁ ବିକ୍ରି ମଧ୍ୟ ଉଚ୍ଚା ଦରରେ ହେଉଛି ବୋଲି କହିଛନ୍ତି। ନୂଆ ଅଦା ଆସିଲେ ଦର ହ୍ରାସ ପାଇବ ବୋଲି ବ୍ୟବସାୟୀ କହିଛନ୍ତି। ଏପଟେ ପିଆଜ ଦର ବର୍ତ୍ତମାନ ସାମାନ୍ୟ ହ୍ରାସ ପାଇଥିବାବେଳେ ରସୁଣ ଏବଂ ଅଦା ଦର ବୃଦ୍ଧି । ଗ୍ରାହକଙ୍କ ପାଇଁ ଚିନ୍ତା ବଢ଼ାଇଛି।

 

 

Get real time updates directly on you device, subscribe now.