fbpx
BSKY SKY
BSKY SKY

ଜର୍ମାନୀ ପରେ ଆର୍ଥିକ ମାନ୍ଦାବସ୍ଥାରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ

BSKY

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ଅର୍ଥିକ ମାନ୍ଦାବାସ୍ଥା ବଢିବାରେ ଲାଗିଛି । ଗୁରୁବାର ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ନ୍ୟୁଜିଲାଣ୍ଡ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା କବଳରେ ଆସି ସାରିଛି । ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଏକ ଭୟଙ୍କର ଘୂର୍ଣ୍ଣିବଳୟ ବ୍ୟାପକ ମାନ୍ଦାବସ୍ଥା ସୃଷ୍ଟି କରିଛି । ନ୍ୟୁଜିଲ୍ୟାଣ୍ଡରେ ୨୦୨୨ ଶେଷରେ ୦.୭ ପ୍ରତିଶତ ହ୍ରାସ ପରେ ପ୍ରଥମ ତ୍ରୈମାସରେ ଅର୍ଥନୀତି ୦.୧ ପ୍ରତିଶତ ହ୍ରାସ ପାଇଛି । ସାଧାରଣ ନିର୍ବାଚନର ଚାରିମାସ ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଗ୍ରାଣ୍ଟ ରବର୍ଟସନ ସ୍ୱୀକାର କରିଛନ୍ତି ଯେ ଦେଶ ଆର୍ଥିକ ମାନ୍ଦାବସ୍ଥା ପ୍ରବେଶ କରିବା ଆଶ୍ଚର୍ଯ୍ୟଜନକ ନୁହେଁ ।

ରବର୍ଟସନ୍ କହିଛନ୍ତି, “ଆମେ ଜାଣୁ ୨୦୨୩ ଏକ ଅତ୍ୟନ୍ତ ଚ୍ୟାଲେଞ୍ଜର ବର୍ଷ ହେବାକୁ ଯାଉଛି କାରଣ ବିଶ୍ୱବ୍ୟାପୀ ଅଭିବୃଦ୍ଧି ମନ୍ଥର ହୋଇଛି, ମୁଦ୍ରାସ୍ଫୀତି ଦୀର୍ଘାୟୁ ରହିଥାଏ ଏବଂ ଉତ୍ତର ଦ୍ୱୀପ ପାଣିପାଗ କୃଷୀ ଏବଂ ବ୍ୟବସାୟ ଉପରେ ପ୍ରଭାବ ପକାଉଛି । ଜାନୁଆରୀରେ ଅକଲ୍ୟାଣ୍ଡରେ ବନ୍ୟା ପରିସ୍ଥିତି ଏବଂ ଫେବୃଆରୀରେ ସାଇକ୍ଲୋନ୍ ଗାବ୍ରିଏଲ୍ ଦ୍ୱାରା ହୋଇଥିବା ବିନାଶ ଉଭୟ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଥିଲା ।

ନ୍ୟୁଜିଲ୍ୟାଣ୍ଡ ସରକାର ଆକଳନ କରିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହୋଇଥିବା କ୍ଷତିପୂରଣ ପାଇଁ ୧୫ ମିଲିୟନ୍ ଡଲାର୍ ଖର୍ଚ୍ଚ ହେବ । ୨୦୨୦ ପରଠାରୁ ଏହା ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଆର୍ଥିକ ମାନ୍ଦାବସ୍ଥା । ଗତ ବର୍ଷ କରୋନା ମହାମାରୀ ହେତୁ ଅନେକ ଦେଶକୁ ସୀମା ବନ୍ଦ କରିବାକୁ ପଡୁଥିଲା, ଯେଉଁ କାରଣରୁ ରପ୍ତାନି ବନ୍ଦ ହୋଇଯାଇଥିଲା, ସେତେବେଳେ ମଧ୍ୟ ନ୍ୟୁଜିଲ୍ୟାଣ୍ଡରେ ଆର୍ଥିକ ମାନ୍ଦାବସ୍ଥା ସମସ୍ୟା ସୃଷ୍ଟି ହୋଇଥିଲା ।

ନ୍ୟୁଜିଲାଣ୍ଡ ପୁର୍ବରୁ ଜର୍ମାନୀରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାରେ ପ୍ରବେଶ କରି ସାରିଛି । ଏହାବାଦ୍ ବିଶ୍ୱର ଅନେକ ଦେଶରେ ବର୍ତ୍ତମାନ ଭାରତୀୟ ଅର୍ଥବ୍ୟବସ୍ଥା ଭଲ ପ୍ରଦର୍ଶନ କରୁଛି । କେବଳ ଏତିକି ନୁହେଁ ଗତ ଦୁଇ ବର୍ଷ ହେବ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଥିବା ଅର୍ଥନୀତି । ଆଗାମୀ ବର୍ଷରେ ମଧ୍ୟ ଭାରତ ଏହି ଗତିରେ ଆଗକୁ ବଢିପାରେ । ଭାରତୀୟ ଅର୍ଥନୀତି କେବଳ ଭାରତର ଅଭିବୃଦ୍ଧିକୁ ଆଗେଇ ନେଉନାହିଁ, ବରଂ ମିଳିତ ତଥା ସୁଦୂରପ୍ରସାରୀ ଉଦ୍ୟମ ହେତୁ ବିଶ୍ୱ ଅର୍ଥନୀତି ପାଇଁ ଅଭିବୃଦ୍ଧିର ଇଞ୍ଜିନ ହୋଇପାରିଛି ।

 

Get real time updates directly on you device, subscribe now.