CHARIDHAM

HMPV ପରେ ଚୀନରେ ତାଣ୍ଡବ ରଚିଲାଣି Mpox ଭୂତାଣୁର ନୂଆ ଷ୍ଟ୍ରେନ୍! ସରକାର ନେଲେ ଏହି ପଦକ୍ଷେପ

ଚୀନରେ ଆତଙ୍କ ସୃଷ୍ଟି କଲାଣି Mpoxର ନୂଆ ଷ୍ଟ୍ରେନ୍। HMPV ପରେ ଏମ୍.ପକ୍ସର ଭୂତାଣୁର ନୂଆ ଷ୍ଟ୍ରେନ୍ ପାଇଁ ଚିନ୍ତାରେ ଡ୍ରାଗନ ସରକାର। ରୋକିବାକୁ ନେଲେ ଏହି ପଦକ୍ଷେପ।

ନୂଆଦିଲ୍ଲୀ: ଏଚଏମପିଭି ଭୂତାଣୁ ଚୀନରେ ଆତଙ୍କ ସୃଷ୍ଟି କରିସାରିଥିବା ବେଳେ ଏବେ ଆଉ ଏକ ଭୂତାଣୁର ଏକ ନୂଆ ଷ୍ଟ୍ରେନ୍ ଦେଶରେ ଆତଙ୍କ ସୃଷ୍ଟି କରିଛି। ଯାହାକୁ ନେଇ ପୁରା ଛାନିଆ ଡ୍ରାଗନ ସରକାର।

ଚୀନ୍ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଗୁରୁବାର କହିଛନ୍ତି ଯେ ସେମାନେ ଏମ୍ ପକ୍ସ ନୂଆ ଷ୍ଟ୍ରେନ୍ କ୍ଲେଡ୍ ଆଇବି ଚିହ୍ନଟ କରିଛନ୍ତି। ଯାହା ଏବେ ତାଙ୍କ ଦେଶରେ ଅଧିକ ସଂକ୍ରମିତ ହେଉଛି।

ଗତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରଠାରୁ ଅନେକ ଦେଶରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପିବାରେ ଲାଗିଛି।

ବିଦେଶୀଙ୍କ ଠାରୁ ବ୍ୟାପୁଛି ରୋଗ: ରଏଟର୍ସ ରିପୋର୍ଟ ଅନୁଯାୟୀ, ଚୀନ୍ ରେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି ଯେ ମଙ୍କିପକ୍ସ କ୍ଲେଡ୍ ୧ବି କଙ୍ଗୋ ସମେତ କେତେକ ଆଫ୍ରିକୀୟ ଦେଶରେ ପୂର୍ବରୁ ଉପସ୍ଥିତ ଅଛି।

ରିପୋର୍ଟ ଅନୁସାରେ ବିଦେଶୀ ବ୍ୟକ୍ତିଙ୍କ ଦ୍ୱାରା ସଂକ୍ରମିତ ହେବା ପରେ ଏଠାରୁ ଆରମ୍ଭ ହୋଇଛି। ଜଣେ ବିଦେଶୀ ନାଗରିକଙ୍କ ସଂସ୍ପର୍ଶରେ ଆସିବା ପରେ ଆଉ ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Mpox ରୋକିବାକୁ ପଦକ୍ଷେପ: ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ଏମପୋକ୍ସକୁ ଏକ କ୍ୟାଟେଗୋରୀ ବି ସଂକ୍ରାମକ ରୋଗ ଭାବରେ ପରିଚାଳନା କରାଯିବ।

କର୍ତ୍ତୃପକ୍ଷ ଜରୁରୀକାଳୀନ ପଦକ୍ଷେପ ନେବାରେ ସକ୍ଷମ ହେବେ। ଯେପରିକି ଅତ୍ୟଧିକ ଭିଡ଼ କୁ ରୋକିବା, କାର୍ଯ୍ୟ ଓ ବିଦ୍ୟାଳୟ ବନ୍ଦ କରିବା ଏବଂ ରୋଗ ବ୍ୟାପିବା ସମୟରେ ଅଞ୍ଚଳକୁ ସିଲ୍ କରିବା।

ଗତବର୍ଷ ଅଗଷ୍ଟମାସରେ ଚୀନ୍ କହିଥିଲା ଯେ, ଦେଶରେ ପ୍ରବେଶ କରୁଥିବା ଲୋକ ଓ ସାମଗ୍ରୀ ଉପରେ ନଜର ରଖାଯିବ।