fbpx

ହାତ ଧରିବା ପରେ ବିଜେପି ଉପରେ ବର୍ଷିଲେ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ଟିକେଟ ବଣ୍ଟନକୁ ନେଇ ବିଜେପି ଛାଡୁଛନ୍ତି ନେତା । ଆଉ ଠିକ ଏହି ସମୟରେ ମାହୋଲକୁ ଆହୁରି ଉଷ୍ଣ କରିଦେଇଛନ୍ତି ରେସଲର ଭିନେଶ ଫୋଗଡ ଓ ବଜରଙ୍ଗ ପୁନିଆ ସାମିଲ ହୋଇ । ଦୁଇ ରେସଲର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି । ଖଡଗେ ଉଭୟଙ୍କୁ ଦଳକୁ ସ୍ୱାଗତ କରି କହିଛନ୍ତି କି- ଚକଦେ ଇଣ୍ଡିଆ, ଚକ ଦେ ହରିଆଣା । ଏହା ପରି ଭିନେଶ ବର୍ଷିଛନ୍ତି ବିଜେପି ଉପରେ ।
ଭିନେଶ କହିଛନ୍ତି, ଖରାପ ସମୟରେ ଜଣାପଡେ କିଏ ନିଜର । ଯେତେବେଳେ ଆମକୁ ରାସ୍ତା ଉପରେ ଘୋଷଡା ଯାଉଥିଲା, ସେତେବେଳେ ସବୁ ପାର୍ଟି ଆମକୁ ସମର୍ଥନ କରିଥିଲେ, ହେଲେ ବିଜେପି ନଥିଲା । ମହିଳାଙ୍କ ପାଇଁ ଆମେ ଯେଉଁ ସମସ୍ୟା ଭୋଗିଛୁ, ଆଉ କାହାକୁ ସେହି ସ୍ଥିତିର ସମ୍ମୁଖୀନ ହେବାକୁ ଦେବୁନି । ଭିନେଶ ଆଗକୁ ଆହୁରି କହିଛନ୍ତି କି, ମୁଁ ଜନ୍ତର ମନ୍ତରରେ କୁସ୍ତି ଛାଡିବାରୁ ବିଜେପି ଆଇଟି ସେଲ ପ୍ରଚାର କଲା କି, ଆମେ ଲକ୍ଷ୍ୟରୁ ବିଚ୍ୟୁତ ଗୁଳି ।
ବଜରଙ୍ଗ ମଧ୍ୟ ବିଜେପି ବିରୋଧରେ ବିଷୋଦ୍ଗାର କରିଛନ୍ତି । ବଜରଙ୍ଗ କହିଛନ୍ତି, ଆମେ ଚାଷୀ ଓ ଅଗ୍ନୀପଥ ପାଇଁ ଯେତିକି କରିଛୁ, ସେତିକି ବାସ୍ତବତାର ସହ ଆମେ ତୃଣମୂଳ ସ୍ତରରେ କାମ କରିବୁ । ଯେଉଁଦିନ ଭିନେଶ ହାରିଲେ, ସେହିଦିନ ବିଜେପି ଆଇଟି ସେଲରେ ସେଲିବ୍ରେସନ ହୋଇଥିଲା କହିବା ସହ ବିଜେପିର ସଂକୀର୍ଣ୍ଣ ମାନସିକତାକୁ ନିନ୍ଦା କରିଥିଲେ ଭିନେଶ ।

Get real time updates directly on you device, subscribe now.