fbpx

ଦୁଇ ପୁଅ ଓ ପତ୍ନୀଙ୍କୁ ଦେଲେ ଡେଥ୍ ଇଞ୍ଜେକସନ୍: ପରେ ନିଜର ପ୍ରାଣ ହାରିଲେ ଡାକ୍ତର

ନୂଆଦିଲ୍ଲୀ, ୨୧ା୨: ମହାରାଷ୍ଟ୍ରରେ ଏକ ପ୍ରତିଷ୍ଠିତ ଡାକ୍ତର ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି । ଡାକ୍ତରଜଣକ ନିଜର ଦୁଇ ପୁଅ ଓ ପତ୍ନୀଙ୍କୁ ଡେଥ୍ ଇଞ୍ଜେକସନ୍ ଦେବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଡାକ୍ତର ମହେନ୍ଦ୍ର ଅହମ୍ମଦନଗର ଜିଲ୍ଲାର ରସିନ ଅଞ୍ଚଳରେ ରହୁଥିଲେ । ମହେନ୍ଦ୍ର ଗରିବ ଲୋକଙ୍କ ସେବା କରି ଖୁବ ନାଁ କମାଇଥିଲେ । ୧୭ ବର୍ଷର ପୁଅ ଠିକ ଭାବେ ଶୁଣିପାରୁ ନଥିବାରୁ ପରିବାର ଲୋକେ ଅଧିକାଂଶ ସମୟରେ ଚାପରେ ରହୁଥିଲେ । ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିବା ସହ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଥିବା ଜଣାପଡ଼ିଛି । ପତ୍ନୀଙ୍କ ସହିତ ମିଶି ସେ ନିଜର ଜୀବନକୁ ଶେଷ କରିଛନ୍ତି ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.