ସୂର୍ଯ୍ୟ ପରାଗ ପରେ ଅବଶ୍ୟ କରନ୍ତୁ ଏହି କାମ, ଦୂର ହୋଇଯିବ ସମସ୍ତ ନକରାତ୍ମକତା

ସୂର୍ଯ୍ୟପରାଗ ପରେ କରନ୍ତୁ ଏହି କାର୍ଯ୍ୟ, ଦୂର ହୋଇଯିବ ସମସ୍ତ ଦୁଃଖ

ଓଡ଼ିଶା ଭାସ୍କର: ୨୦୨୫ ବର୍ଷ ପ୍ରଥମ ସୂର୍ଯ୍ୟପରାଗ ଆଜି। ସୂର୍ଯ୍ୟପରାଗ ସମୟରେ କଣ କରିବେ ନ କରିବେ ଆପଣ ଅଳ୍ପ ବହୁତେ ଜାଣିଛନ୍ତି। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ସରିବା ପରେ କଣ କରିବା ଆବଶ୍ୟକ।

ଭାରତୀୟ ସମୟାନୁସାରେ, ସୂର୍ଯ୍ୟ ପରାଗ ଆଜି ୨.୨୦ରୁ ଲାଗି ଅପରାହ୍ଣ ୪ଟା ୧୭ ସମୟରେ ସଂପୂର୍ଣ୍ଣ ପରାଗ ହୋଇଥିଲା। ଏହାପରେ ୬.୧୩ ରେ ସୂର୍ଯ୍ୟ ପରାଗର ସମାପନ ହୋଇଛି।

ସୂର୍ଯ୍ୟ ପରାଗ ଶେଷ ପରେ କଣ କରିବେ:
-ଘରକୁ ଗଙ୍ଗା ଜଳରେ ପୋଛନ୍ତୁ କାରଣ ପରାଗ ସମୟରେ ପ୍ରସାରିତ ହୋଇଥିବା ନକରାତ୍ମକତା ଦୂର ହୋଇଥାଏ।
-ସୂର୍ଯ୍ୟ ପରାଗ ଶେଷ ହେବାପରେ ଘରର ସମସ୍ତ ସଦସ୍ୟ ସ୍ନାନ କରନ୍ତୁ। କାରଣ ପରାଗର ଅଶୁଭ ପ୍ରଭାବ ସମସ୍ତ ସଦସ୍ୟଙ୍କ ଉପରେ ଶେଷ ହୋଇଯାଇଥାଏ।
-ପରାଗ ପରେ ଘରେ ଥିବା ଠାକୁରଙ୍କୁ ଭଲଭାବେ ପାଣିରେ ପୋଛନ୍ତୁ ଏବଂ ଗଙ୍ଗାଜଳ ସିଞ୍ଚନ କରନ୍ତୁ।
ପରାଗ ସମାପ୍ତ ପରେ କିଛି ନା କିଛି ଦାନ କରନ୍ତୁ। ଏହା କରିବା ଦ୍ୱାରା ନକରାତ୍ମକ ଶକ୍ତି ଶେଷ ହେବା ସହ ଜୀବନକୁ ସୁଖ-ସମୃଦ୍ଧି ଫେରିଆସେ।